ଭୁବନେଶ୍ୱର: ବହୁତ ପ୍ରତୀକ୍ଷା ପରେ ପରଦାରେ ରିଲଜ ହେବାକୁ ଯାଉଛି ‘ଏମରଜେନ୍ସି’ । ଏହି ଫିଲ୍ମକୁ ନେଇ ବହୁ ବିବାଦ ମଧ୍ୟ ସାମ୍ନାକୁ ଆସିଛି । ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (CBFC) ଏହି ଫିଲ୍ମକୁ ସାର୍ଟିଫିକେଟ୍ ଦେବା ପାଇଁ ବହୁତ ସମୟ ଲଗାଇଥିଲେ । CBFCରୁ ସିନ୍-କଟ୍ ପରେ ଏହି ଫିଲ୍ମ ୧୭ ଜାନୁଆରୀରେ ରିଲଜ ହେବାକୁ ଯାଉଛି । ଏହି ଫିଲ୍ମରେ କଙ୍ଗନା ଦେଶର ପୂର୍ବତମ ପ୍ରଧାନମନ୍ତ୍ରୀ ଇନ୍ଦରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ ।
କଙ୍ଗନା ରନାୱତ ଗୋଟିଏ ସାକ୍ଷାତକାରରେ ‘ଏମରଜେନ୍ସି’ ଫିଲ୍ମକୁ ନେଇ ଉଠିଥିବା ବିବାଦ ଉପରେ ଖୋଲାଖୋଲି କଥା ହୋଇଥିଲେ । ମୁଭିକୁ ବନେଇବା ବେଳେ ହୋଇଥିବା ଭୁଲ ସମ୍ପର୍କରେ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏହି ମୁଭିରେ ନିର୍ଦ୍ଧେଶନା ଦେଇ ସେ ଭୁଲ କରିଦେଇଛନ୍ତି । ସେ ଆହୁରି କହିଥିଲେ ମୁଭିକୁ ଥିଏଟରରେ ରିଲଜ କରିବାର ନଥିଲା ।
ପ୍ରେକ୍ଷାଣୟରେ ରିଲଜ କରିବାର ନିଷ୍ପତ୍ତି ଭୁଲ୍ ଥିଲା
କଙ୍ଗନା ଗୋଟିଏ ନ୍ୟୁଜ ଇଣ୍ଟରଭ୍ୟୁରେ କହିଥିଲେ ଏହି ମୁଭି ବିଳମ୍ବରେ ରିଲଜ ହେବାକୁ ନେଇ ମୁଁ ବହୁତ ଭୟଭୀତ ଥିଲି । କାରଣ CBFC ଏହି ମୁଭିକୁ ମାସମାସ ଧରି ପ୍ରମାଣପତ୍ର ଦେଇ ନଥିଲା । କଙ୍ଗନା ଆହୁରି ମଧ୍ୟ କହିଛନ୍ତି, 'ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ କରିବାର ନିଷ୍ପତ୍ତି ଭୁଲ ଥିଲା। ମୁଁ ଭାବୁଛି OTT ରେ ଏକ ଭଲ ଡିଲ୍ ମିଳିଥାନ୍ତା।ଏହି ଫିଲ୍ମକୁ ସେନ୍ସରସିପରୁ ମଧ୍ୟ ମୁକ୍ତି ମିଳିଥାନ୍ତା ଏବଂ CBFC ତରଫରୁ ଫିଲ୍ମର କୌଣସି ସିନ ଭି କଟି ନଥାନ୍ତା । ମତେ ତ ଏପର୍ଯ୍ୟନ୍ତ ଭି ଜଣାନାହିଁ ଫିଲ୍ମରୁ କେଉଁ କେଉଁ ସିନ୍ କଟାଯାଇଛି ।
ଅଧିକ ପଢନ୍ତୁ: କଙ୍ଗନାଙ୍କ ବହୁଚର୍ଚ୍ଚିତ ସିନେମା ‘ଏମରଜେନ୍ସି’ର ଟ୍ରେଲର ରିଲିଜ; ୧୭ରେ ପରଦାକୁ ଆସିବ ସିନେମା