ବର୍ଷିଆନ୍ ଗାୟିକା ଆଶା ଭୋସେଲ ୯୧ ବର୍ଷ ବୟସରେ ବି ନିଜ ସଙ୍ଗୀତ ଓ ନୃତ୍ୟର ଯାଦୁରେ ଦର୍ଶକଙ୍କ ମନ ମୋହୁଛନ୍ତି । ସୋମବାର ଦୁବାଇର ଲିଗାସି କନସର୍ଟରେ ଆଶା ଭୋସେଲ ଗାଇଥିବା ଏକ ଗୀତ ବେଶ୍ ଭାଇରାଲ ହେବାରେ ଲାଗିଛି । ମଞ୍ଚରେ ସେ ବିକ୍କି କୌଶଲଙ୍କ ସିନେମା ବ୍ୟାଡ୍ ନୁ୍ୟଜର ହିଟ୍ ଗୀତ ‘ତୌବା ତୌବା’ ଗାଇଥିଲେ, ଯାହା ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି । କେବଳ ସେତିକି ନୁହେଁ, ଗୀତ ଗାଇବା ସାଙ୍ଗକୁ ଏଥିରେ ତାଳ ଦେଇ ସେ ମଂଚ ଉପରେ ହୁକଅପ୍ ଷ୍ଟେପ୍ ମଧ୍ୟ କରିଛନ୍ତି । ତେବେ ଏହି ବୟସରେ ତାଙ୍କର ଏଭଳି ଜୋସ୍ ଦେଖିବା ପରେ ସମସ୍ତେ ପ୍ରଂଶସା କରିଛନ୍ତି ।
ଆଶାଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓକୁ ଦେଖିବା ପରେ ତୌବା ତୌବା ଗୀତର ଲେଖକ କରନ ଔଜଲା ବେଶ୍ ପ୍ରଂଶସା କରିଛନ୍ତି । ନିଜ ଇନଷ୍ଟାଗାମ୍ ଷ୍ଟୋରୀରେ ସେ ଆଶାଙ୍କ ଏହି ଭିଡ଼ିଓ ଶେୟାର କରି ଲେଖିଛନ୍ତି, ‘ଯାହା ମୁଁ ୨୭ ବର୍ଷରେ କରିପାରିନି ତାହା ଆଶାଜୀ ୯୧ ବର୍ଷରେ କରି ଦେଖାଇଛନ୍ତି’ । ସେହିପରି ଅଭିନେତା ବିକି କୌଶଲ ମଧ୍ୟ ତାଙ୍କୁ ପ୍ରଂଶସା କରିଛନ୍ତି ।