ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ଏକ ନୂଆ ଘର କିଣିଛନ୍ତି ପବିତ୍ର ଧନତେରସ୍ ତିଥିରେ ଅନନ୍ୟା କରିଲେ ଗୃହ ପ୍ରବେଶ । ଏହାକୁ ନେଇ ଅନନ୍ୟା ପାଣ୍ଡେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଥିଲେ । ଏହାସହ ସେହି ସମୟର ଏକ ଭିଡ଼ିଓ ଏବଂ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ତାଙ୍କ ନୂଆ ଘରେ ପୂଜା କରୁଥିବାର ଦେଖିବାକୁ ମିଳିଛି।
ଭିଡିଓରେ ସେ ଗୃହ ପ୍ରବେଶ କରୁଥିବା ସମୟରେ ଘରର କବାଟ ପାଖରେ ନଡ଼ିଆ ଭାଙ୍ଗିଥିବାର ନଜର ଆସିଥିଲେ। ଅନନ୍ୟା ଏହି ଫଟୋ ସେୟାର କରିବା ମାତ୍ରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଅନନ୍ୟା ଖୁବଶୀଘ୍ର ତାଙ୍କ ନୂତନ ଘରେ ସିଫ୍ଟ କରିବେ ବୋଲି କହିଛନ୍ତି ।
ଫିଲ୍ମ 'ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର ୨' ରୁ ଅନନ୍ୟା ବଲିଉଡ୍ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ବକ୍ସ ଅଫିସ୍ ଫ୍ଲପ୍ ପ୍ରମାଣିତ ହୋଇଥିଲେ ମଧ୍ୟ ଦର୍ଶକଙ୍କ ମନରେ ଜାଗା କରିବାରେ ସଫଳ ହୋଇଥିଲେ । ଏହି ଫିଲ୍ମ ପାଇଁ ଅନନ୍ୟା ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ଏହାପରେ ତାଙ୍କୁ 'ପତି ପତନୀ ଅର ୱୋ', 'ଲିଗର୍','ଡ୍ରିମ ଗାର୍ଲ -2' ଭଳି ଫିଲ୍ମରେ ଦେଖା ଯାଇଛି ।