ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହେଲେ ବଲିଉଡ୍‌ର ପପୁଲାର ଡ୍ୟାନ୍ସର ନୋରା ଫତେହି
Khabar Odisha:Actor-Nora-Fatehi-Summoned-In-200-Crore-Cheating-Case

ମୁମ୍ବାଇ, ଅକ୍ଟୋବର ୧୪(ଖବର ଓଡ଼ିଶା): ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରେ ପରେ ଏବେ ବଲିଉଡ୍ ର ପପୁଲାର ଡ୍ୟାନ୍ସର ଓ ଆକ୍ଟର ନୋରା ଫତେହି ମଧ୍ୟ ହାଜର ହୋଇଛନ୍ତି ଇଡି ଅଫିସରେ ।

ବହୁ ଚର୍ଚ୍ଚିତ ସୁକେଶ ଚନ୍ଦ୍ରଶେଖର ଓ ଲିନା ପଲ୍ ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କ ଲିଙ୍କ୍ ରହିଥିବା ନେଇ ଇଡି ପକ୍ଷରୁ ସନ୍ଦେହ କରାଯାଇ ତାଙ୍କୁ ସମନ୍ ଜାରି କରାଯାଇଥିଲା ଯାହା ପରେ ଆଜି ନୋରା ଫତେହି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।

ପୂର୍ବରୁ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ମଧ୍ୟ ସମାନ କେସ୍ ରେ ଇଡି ପକ୍ଷରୁ ସମନ୍ ଜାରି କରାଯାଇଥିବା ବେଳେ ପୁଣି ଥରେ ଜାକଲିନ୍‌ଙ୍କୁ ଇଡି ପକ୍ଷରୁ ସମନ୍ କରାଯାଇଛି ।

ସୂଚନା ଅନୂସାରେ ଆସନ୍ତା କାଲି ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ହାଜର ହେବେ ବୋଲି ଜଣାପଡିଛି ।

ଏପଟେ ନୋରା ଫତେହିଙ୍କୁ ଇଡି କାର୍ଯ୍ୟାଳୟରେ ମାରାଥନ୍ ଜେରା କରାଯିବ ବୋଲି ଜଣାପଡିଛି । ଆଜି ପ୍ରାୟ ୧୧.୩୦ ସମୟରେ ନୋରା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

  • Tags:

Subscribe

National International State Sports Entertainment