ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ । ଦ୍ଵିତୀୟ ବିବାହ ପରେ ମନୋଜଙ୍କ ନାମରେ କିଛି ସୋସିଆଲ ମିଡ଼ିଆ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଟ୍ରୋଲ କରୁଛନ୍ତି । ଏହାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତା । ସେହି ସବୁ ସୋସିଆଲ ମିଡ଼ିଆକୁ ବନ୍ଦ କରିବାକୁ ସାଇବର ଥାନାରେ ଦାବି କରିଛନ୍ତି ମନୋଜ।
ଗୁରୁବାର ମନୋଜ ମିଶ୍ର ନିଜ ନବ ବିବାହିତ ପତ୍ନୀଙ୍କ ସହ ଭୁବନେଶ୍ୱର ସ୍ଥିତ ସାଇବର ଥାନାରେ ଏଫଆଇଆର ଦେଇଛନ୍ତି । ସେ କହିଛନ୍ତି ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗୁଜବ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରବାହିତ ହୋଇଛି । ୟୁଟ୍ୟୁବ୍ରେ ତାଙ୍କର ଦ୍ଵିତୀୟ ବିବାହକୁ ନେଇ ବହୁ ପ୍ରକାର ଏଣୁ ତେଣୁ ଖବର ଚଲା ଯାଇଛି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମନୋଜ ମିଶ୍ର।
ସୂଚନାଯୋଗ୍ୟ, ନିକଟରେ ଅଭିନେତା ମନୋଜ ମିଶ୍ର ଦ୍ଵିତୀୟ ବିବାହ କରିଛନ୍ତି। ଓଡ଼ିଆ ଫିଲ୍ମ ଏବଂ ଏହାର ସାଂପ୍ରତିକ ସ୍ଥିତିକୁ ନେଇ ସର୍ବଦା ସ୍ପଷ୍ଟ ଏବଂ ଖୋଲାଖୋଲି ଟିପ୍ପଣୀ କରି ଚର୍ଚ୍ଚାରେ ରହି ଆସିଛନ୍ତି ମନୋଜ ମିଶ୍ର। ନିକଟରେ ସିନେ ପ୍ରଯୋଜକ ଟୁଟୁ ନାୟକ ଏବଂ ତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।