ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମହିର ଦାସ, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର ଭୁବନେଶ୍ୱର, ଜାନୁଆରୀ ୧୨(ଖବର ଓଡିଶା): Share story: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମହିର ଦାସ ଷ କଟକ ସତୀଚଉରା ଶ୍ମଶାନରେ ମହିର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ପ୍ରଶଂସକ ଓ ଆତ୍ମୀୟ ଗହଣରେ ମିହିର ଦାସ ଶେଷ ବିଦାୟ ନେଇଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ସୂଚନା ଅନୁସାରେ, ମଙ୍ଗଳବାର କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା । କିଡନି ବ୍ୟାଧିରେ ପୀଡିତ ମହିର ଦାସଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ୨୦୨୧ ଡିସେମ୍ବର ୮ ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ପ୍ରାୟ ୪ ଦଶନ୍ଧି ଧରି ଓଡିଆ ଚଳଚ୍ଚିତ୍ରରେ ନିଜର ଅଭିନୟ ଯାତ୍ରା ଜାରି ରଖିଥିଲେ ମିହିର ଦାସ । ଖବର ଓଡ଼ିଶା, Reporter, 12/01/2022