୯ ମାସର ଗର୍ଭବତୀ ସାଢେ ୫ ମିନିଟରେ ଦୌଡିଲେ ଦେଢ କିଲୋମିଟର
Khabar Odisha:9-month-old-pregnant-makena-miller-ran-16-km-in-less-than-6-minutes-miller-wants-society-to-know-that-pregnant-women-can-do-whatever-they-want-without-any-support
ଆମେରିକାର,ଅକ୍ଟୋବର ୨୦ (ଖବର ଓଡ଼ିଶା)

ମହିଳା ଶକ୍ତି ଆଗରେ ହାର ମାନିଯାଏ ସବୁପ୍ରକାର ଶକ୍ତି । ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଜଣେ ମହିଳା । ୨୮ ବର୍ଷିୟା ମେକେନା ମିଲର ୯ ମାସର ଗର୍ଭାବସ୍ଥାରେ ଦୌଡିଛନ୍ତି ଏକ କିଲୋମିଟର ୬ଶହ ମିଟର । ମାତ୍ର ୫ମିନିଟ ୨୫ ସେକେଣ୍ଡରେ ସେ ଏହି ରାସ୍ତା ଅତିକ୍ରମ କରିଛନ୍ତି ।ଖବର ଅନୁସାରେ, ମିଲରଙ୍କ ସ୍ୱାମୀ ଚ୍ୟାଲେଞ୍ଜ କରିଥିଲେ ଯଦି ସେ ଗର୍ଭାବସ୍ଥାରେ ଶେଷ ମାସରେ ଆଠ ମିନିଟରେ ୧ କିଲୋମିଟର ୬ ଶହ ମିଟର ଦୌଡିପାରିବେ ତାହାହେଲେ ତାଙ୍କୁ ଶହେ ଡଲାର ଅର୍ଥାତ ୭ହଜାର ୩ ଶହ ଟଙ୍କା ଦେବେ ।ଏହି ଚ୍ୟାଲେଞ୍ଜକୁ ମଧ୍ୟ ମିଲର ଗ୍ରହଣ କରିଥିଲେ । ମିଲର ଦୈଡିବା ଭିଡିଓକୁ ତାଙ୍କ ପତି ମୋବାଇଲରେ ସୁଟ କରିଥିଲେ ।ମିଲରଙ୍କ ଭିଡିଓ ଦେଖି କିଛି ଲୋକ ପଚାରିଥିଲେ , ଏହା ଗର୍ଭରେ ଥିବା ଶିଶୁ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କି । ଏହାର ଉତ୍ତରରେ ମିଲର କହିଥିଲେ, ସେ ଏ ନେଇ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ୨୦୧୮ରେ ମଧ୍ୟ ମିଲର କ୍ରସ କଂଟ୍ରି ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜରେ ଆମେରିକାର ପ୍ରତିନିଧିତ୍ୱ କରିଥିଲେ ।

  • Tags:

Subscribe

National International State Sports Entertainment