ପୁରୀ, ଜୁଲାଇ ୨୧(ଖବର ଓଡିଶା):
ପୁରୀ ପାଲଟିଛି ଧଳା ଜହରର ହବ୍ । ପୁରୀରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଏହାସହିତ ୮ ଜଣ ଗିରଫ ମଧ୍ୟ ହୋଇଛନ୍ତି । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆମୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ବ୍ରାଉନସୁଗାର କାରବାରରେ ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ତେବେ ସେମାନଙ୍କ ନିକଟରୁ ୫ଟି ମୋବାଇଲ ଓ ନଗଦ ୩୫ ହଜାର ଟଙ୍କା ଜବତ କରାଯାଇଛି ।
ପୁରୀ ବାସେଳୀ ସାହିରେ କିଛି ଲୋକ ନିଜ ଘରେ ବ୍ରାଉନସୁଗାର କାରବାର କରୁଥିଲେ । ଫଳରେ ପ୍ରତିଦିନ ସେଠାରେ ନିଶାଡିଙ୍କ ଭିଜ ଜମୁଥିଲା ।