ଯୁବତୀଙ୍କୁ କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ଲେଡିଜ୍ ହଷ୍ଟେଲର ବେଡରୁମରେ ପଶି ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ । ସ୍ପିଡ ବାଇକରେ ଆସି ରୋଡ଼ ରୋମିଓଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ୫ ଦୁର୍ବୁତ୍ତଙ୍କ ତୁମୁଳକାଣ୍ଡ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ହଷ୍ଟେଲ ଯୁବତୀ l
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ ଟା ବେଳେ ଦୁର୍ବୁତ୍ତମାନେ ଦୁତଗତିରେ ବାଇକ ଚଳାଇ ଆସିଥିଲେ । ଯୁବତୀମାନେ ହଷ୍ଟେଲ ବାହାରେ ଠିଆ ହୋଇଥିବା ବେଳେ ସେମାନଙ୍କୁ ଅଶାଳୀନ କମେଣ୍ଟ ମାରିଥିଲେ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଫର୍ଣ୍ଣିିଚର, ଟିଭି, ଆକ୍ୱାରିୟମ ଭାଙ୍ଗିରୁଜି ଚୁରମାର କରିଦେଇଛନ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ହଷ୍ଟେଲର କିଛି ଯୁବତୀ l ନୟାପଲ୍ଲୀ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।