ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ପଶିିଛି ଦନ୍ତା । ଭରତପୁର ଜଙ୍ଗଲରୁ ହାତୀ ଆସି ଅନ୍ଧାରୁଆ ଓ ତାର ଆଖପାଖ ଗାଁରେ ବୁଲୁଛି । ହାତୀକୁ ଦେଖି ଲୋକେ ଭୟରେ ଆତଙ୍କିତ । ଲୋକମାନେ ହାତରେ ଟର୍ଚ୍ଚ, ମଶାଲ ଓ ଟାୟାର ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ଜାଗା ଛାଡ଼ି ଯାଇନଥିଲା | ସ୍ଥାନୀୟ ଅଞ୍ଚଳରେ ହାତୀଟି ଖୁବ ଉତ୍ପାତ ମଚାଇଥିଲା । ଧାନ, ବିଲ, କଦଳୀ ବଗିଚା ଓ ଲୋକଙ୍କ ପନିପରିବା ଖାଇ ନଷ୍ଟ କରିଛି । ଭରତପୁର ଜଙ୍ଗଲରୁ ବାହାରି ହାତୀଟି ପ୍ରଥମେ ପାଚେରି ନିକଟରେ ରହିଥିଲା । ଲୋକେ ତାକୁ ଦେଖିବା ପରେ ଘଉଡ଼ାଇବାକୁ ଉଦ୍ୟମ଼ କରିଥିଲେ । ଲୋକେ ବାଣ ଫୁଟାଇଥିଲେ ମଧ୍ୟ ହାତୀଟି ଜଙ୍ଗଲ ଭିତରକୁ ଯାଇପାରିନାହିଁ । ହାତୀ ପାଇଁ ଖଣ୍ଡଗିରି-ଚନ୍ଦକା ରାସ୍ତାର ପ୍ରାୟ ଏକ ଘଣ୍ଟା ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଶତାଧିକ ଗାଡ଼ି ଧାଡ଼ିରେ ଛିଡ଼ା ହୋଇ ରହିଥିଲେ । ଲୋକ ହୋହଲ୍ଲା କରିବାରୁ ହାତୀଟି ଜଙ୍ଗଲ ଭିତରକୁ ଯିବା ପରିବର୍ତ୍ତେ ଅନ୍ଧାରୁଆ ମୁହାଁ ହୋଇଥିଲା । ଗୋଟିଏ ପଟେ ବନକର୍ମଚାରୀଙ୍କ ଆନ୍ଦୋଳନରେ ଥିବା ବେଳେ ହାତୀକୁ ଘଉଡ଼ାଇବାକୁ ଆସୁନାହାନ୍ତି । ଅନ୍ୟପଟେ ହାତୀ ଉତ୍ପାତ ପାଇଁ ଲୋକେ ଭୟଭୀତ ଅଛନ୍ତି ।