ଭୁବନେଶ୍ୱର ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ସଜାଗ ହେଲା କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ସର୍ଭିଲେନ୍ସରେ ରହିବ ଭୁବନେଶ୍ୱର । ଏଣିକି ଅପରାଧୀଙ୍କୁ ଧରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନୂଆ ନୀତି ଆପଣାଇଛି । ଏଥିଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ସୁନା ଦୋକାନ, ବ୍ୟାଙ୍କ, ମଲ ଓ ହାଉସିଂ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଗୁଡିକର ଲିଙ୍କକୁ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। । ଏହାସହ ଦୋକାନ ଗୁଡିକରେ ଲାଗିଥିବା କ୍ୟାମେରା ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡକୁ ରଖିବା ପାଇଁ ଅନୁରୋଧ କରାଯାଇଛି । କ୍ୟାମେରା ରାସ୍ତା ଆଡକୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ଏବଂ ସିସିଟିଭିର ତଥ୍ୟ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।
ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ , ଏହି ସମସ୍ତ କ୍ୟାମେରାରେ କଏଦ ଭିଡିଓ ପୁଲିସ ପକ୍ଷରୁ ଗୁପ୍ତ ରଖାଯିବ। ୦୨୨ରେ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରରେ ଅନେକ ପ୍ରତିଷ୍ଠାନ ପୁଲିସ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଛନ୍ତି। ଏହି ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନ ସେମାନଙ୍କ ସିସିଟିଭି ଲିଙ୍କ୍ ଆଇପି ଆଡ୍ରେସ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ କହିଛନ୍ତି । ଏଥିପାଇଁ ସବୁ ପ୍ରତିଷ୍ଠାନ ସ୍ଥାନୀୟ ପୋଲିସ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ଏଥିଲାଗି ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି ।
ଅଧିକ ପଢନ୍ତୁ;- ଶୁଟିଂ ବେଳେ ଘଟିଲା ଅଘଟଣ