ଶୁଟିଂ ବେଳେ ଘଟିଲା ଅଘଟଣ । କାଠଯୋଡ଼ି ନଦୀରେ ଶୁଟିଂ କରୁଥିବା ବେଳେ ପାଣିର ସ୍ରୋତରେ ଭାସିଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ବଡ ଦୁର୍ଘଟଣା ଘଟିବାରୁ ବର୍ତ୍ତି ଗଲେ ନାୟକ ନାୟିକା । ସୂଚନା ଅନୁଯାୟୀ, ଗତକାଲି କାଠଯୋଡ଼ି ନଦୀରେ ଓଡ଼ିଆ ସିନେମାର ଶୁଟିଂ ଚାଲିଥିଲା । ସେଠାରେ ବ୍ରିଜ ଉପରୁ ନଦୀକୁ ଡେଇଁବାର ଦୃଶ୍ୟର ଶୁଟିଂ ଚାଲିଥିଲା। ସେଠାରେ ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ ଏବଂ ଭୂମିକା । ଏହାପରେ କ୍ରିଉ ମେମ୍ବର ପାଣିକୁ ଡେଇଁ ଉଭୟଙ୍କୁ ଉଦ୍ଧାର କରିଥିଲେ ।ପରେ ଅନ୍ୟ ଲୋକମାନେ ତାଙ୍କୁ ସହଯୋଗ କରି ଡାକ୍ତରଖାନା ନେଇଯାଇଥିଲେ।