ଶେୟାର ବଜାରରେ ଝୁମିଲା ଆଇଆର୍‌ସିଟିସି, ନିବେଶକ ମାଲାମାଲ୍‌
Khabar Odisha:irctc-bumper-listing-in-stock-market
ନୂଆଦିଲ୍ଲୀ, ଅକ୍ଟୋବର ୧୪ (ଖବର ଓଡ଼ିଶା):

ଶେୟାର ବଜାରରେ ଏବେ ଝୁମୁଛି ଇଣ୍ଡିଆନ୍‌ ରେଲୱେ କ୍ୟାଟରିଂ ଏଣ୍ଡ୍‌ ଟ୍ୟୁରିଜିମ୍‌ । ଆଇଆର୍‌ସିଟିସିର ଶେୟାର ଦୁଇ ଗୁଣ ବୃଦ୍ଧି ପାଇଛି । ଫଳରେ ଏହା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ନାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ତାଲିକାରେ ସାମିଲ ହୋଇଛି । ଏହା ୩୨୦ ଟଙ୍କା ଇସୁ ପ୍ରାଇସ୍‌ର ତୁଳନାରେ ବିଏସ୍‌ଇରେ ୧୦୧.୨୫ ପ୍ରତିଶତ ପ୍ରିମିୟମ୍‌ ସହିତ ୬୪୪ ଟଙ୍କାରେ ସୂଚୀବଦ୍ଧ ହୋଇଛି । ଷ୍ଟକ୍‌ ମାର୍କେଟ୍‌ କୌଣସି ସରକାରୀ କମ୍ପାନୀ ତାଲିକାଭୁକ୍ତ ହେବାରେ ଏହା ହେଉଛି ପ୍ରଥମ କମ୍ପାନୀ ।

ଗତ ଦୁଇ ବର୍ଷ ମଧ୍ୟରେ ଶେୟାର ବଜାରେ ଆଇଆର୍‌ସିଟିସି ଏହା ହେଉଛି ଅଦ୍ଭୂତପୂର୍ବ ସୂଚୀବଦ୍ଧ । ଯେଉଁଥିରେ କେତେଗୁଡ଼ିଏ ଶେୟାର ଇସ୍ୟୁ ପ୍ରାଇସ୍‌ର ଦୁଇ ଗୁଣା ଲିଷ୍ଟ ହୋଇଛି । ସକାଳ ସାଢ଼େ ୧୦ଟା ସୁଦ୍ଧାର କମ୍ପାନୀ ୪୦.୦୦ ଅଙ୍କ ସହିତ ୬୮୪ ଟଙ୍କାରେ କାରବାର କରୁଥିଲା ।

ଏ ପବ୍ଲିକ୍‌ ଇସ୍ୟୁ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କ ନିବେଶ ଯୋଜନାର ଅଂଶ ଅଟେ । ଆଇଆର୍‌ସିଟିସିର ୧୦୦ ପ୍ରତିଶତ ଅଂଶୀଦାର ରହୁଥିବା ସରକାରଙ୍କର ୧୨ ପ୍ରତିଶତ ଅଂଶ ସଞ୍ଚିତ ହେବ । ଆଇପିଓ ପରେ ସରକାରଙ୍କ ଅଂଶୀଦାର ହ୍ରାସ ପାଇ ୮୭.୭ ପ୍ରତିଶତ ହୋଇଯିବ । ଆଇଆର୍‌ସିଟିସି ଇଣ୍ଟରନେଟ୍‌ ଟିକେଟ୍‌, ଟ୍ରେନ୍‌ରେ ଖାଦ୍ୟ ଓ ପାଣି ଯୋଗାଇବା ଏବଂ ଟ୍ୟୁରିଜିମ୍‌ର କାମ କରିଥାଏ ।

Subscribe

National International State Sports Entertainment