ମୁମ୍ବାଇ: ଶୋୟାର ବଜାର ମଙ୍ଗଳବାର ଦିନ ଲୋକସଭା ନିର୍ବାଚନର ଫଳାଫଳ ଆସିବା ସମୟରେ ନିବେଶକମାନଙ୍କର ଚିନ୍ତା ବଢ଼ାଇ ଦେଇଥିଲା। ସେନ୍ସେକ୍ସ ଡାଉନ୍ ହୋଇଯିବା ପରେ ନିବେଶକମାନେ ଆର୍ଥିକ କ୍ଷତି ସହିଥିଲେ। ଆଜି ବଜାର ଖୋଲିବା ମାତ୍ରେ ନିବେଶକମାନେ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି।
ଗତକାଲି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର କଂପାନୀର ସେନ୍ସେକ୍ସ ୬୦୦୦ରୁ ଅଧିକ ପଏଣ୍ଟ ତଳକୁ ଖସିଥିଲା । ନ୍ୟାସନାଲ ଷ୍ଟକ୍ ଏକ୍ସଚେଂଜର ନିଫ୍ଟି୫୦ ୧୯୦୦ ପଏ୍ଣ୍ଟ ଯାଏଁ ଖସିଥିଲା । ମାତ୍ର ମାର୍କେଟ ବନ୍ଦ ହେବା ପୂର୍ବରୁ ଏହାର ୨୦୦୦ ପଏଣ୍ଟ ଯାଏଁ ରିକଭରି ଦେଖିବାକୁ ମିଳିଥିଲା । ଆଜି ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ୬୭୭.୮୪ ପଏଣ୍ଟ ଅର୍ଥାତ ୦.୯୩ ପ୍ରତିଶତ ବଢ଼ିବା ସହିତ ୭୨,୭୫୧ ସ୍ତରରେ ଆରମ୍ଭ ହୋଇଥିଲା । ଅନ୍ୟପଟରେ ନିଫ୍ଟି ୧୭୦.୨୦ ପଏଣ୍ଟ ପର୍ଯ୍ୟନ୍ତ ଉପରକୁ ଉଠିଥିଲା ।