ନୂଆଦିଲ୍ଲୀ: ଭାରତୀୟ ଷ୍ଟକ ବଜାର ଆଜି ପୁଣି ଥରେ ଟ୍ରାକ୍କୁ ଫେରିଛି। ଷ୍ଟକ ବଜାର ଉତ୍ସାହ ଦେଖାଉଛି। ବଜାର ଖୋଲିବା ମାତ୍ରେ ନିଫ୍ଟି ୨୪୩୫୦ ଅତିକ୍ରମ କରିଛି। ସୋମବାର ବିଶ୍ୱ ବଜାରର ଚାପ ଯୋଗୁଁ ଘରୋଇ ଷ୍ଟକ ବଜାର ରେ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାହାକୁ ଅତିକ୍ରମ କରି ଚମତ୍କାର ବୃଦ୍ଧି ହାସଲ କରିଛି। ମିଡ୍ କ୍ୟାପ୍ ୧୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି ଏବଂ ବଜାରର ଅସ୍ଥିରତା ସୂଚକାଙ୍କ ଇଣ୍ଡିଆ ଭିଆଇଏକ୍ସ ପ୍ରାୟ ୧୩ ପ୍ରତିଶତ ହ୍ରାସ ପାଇଛି। ବ୍ୟାଙ୍କ ନିଫ୍ଟି ୪୫୫ ପଏଣ୍ଟ ବୃଦ୍ଧି ପାଇ ୫୦୫୪୧ରେ ପହଞ୍ଚିଛି।
ବଜାର ଖୋଲିବାର ୩ ମିନିଟ୍ ମଧ୍ୟରେ ବିଏସ୍ଇ ସେନସେକ୍ସ ୯୭୦ ପଏଣ୍ଟ ବା ୧.୨୩ ପ୍ରତିଶତ ବୃଦ୍ଧି ପାଇ ୭୯,୭୨୯ ରେ ପହଞ୍ଚିଥିବା ବେଳେ ଏନ୍ଏସ୍ଇ ନିଫ୍ଟି ୨୮୫.୩୫ ପଏଣ୍ଟ ବା ୧.୧୯ ପ୍ରତିଶତ ବୃଦ୍ଧି ପାଇ ୨୪,୩୪୦ରେ ପହଞ୍ଚିଛି।
ଆଜି ସକାଳ ୯ଟା ୧୫ମିନିଟରେ ଭାରତୀୟ ଷ୍ଟକ ବଜାରରେ ବିଏସଇ ସେନ୍ସେକ୍ସ ୨.୫୭ ପଏଣ୍ଟ ବା ୦.୨୮ ପ୍ରତିଶତ ବୃଦ୍ଧି ସହ ୭୮,୯୮୧ରେ ଖୋଲିଛି। ଏନଏସଇର ନିଫ୍ଟି ୧୩୪.୨୫ ପଏଣ୍ଟ ବା ୦.୫୬ ପ୍ରତିଶତ ବୃଦ୍ଧି ସହ ୨୪,୧୮୯.୮୫ ରେ ଖୋଲିଛି ।
ନିଫ୍ଟିର ୫୦ଟି ସେୟାର ମଧ୍ୟରୁ ୪୮ଟିରେ ବୃଦ୍ଧି ଘଟିଥିବା ବେଳେ ଟାଟା ମୋଟର୍ସ ୩.୫୮ ପ୍ରତିଶତ ବୃଦ୍ଧି ପାଇଛି। ଓଏନଜିସି ୨.୯୮ ପ୍ରତିଶତ ଏବଂ ଏଲଆଣ୍ଡଟି ୨.୮୯ ପ୍ରତିଶତ ବୃଦ୍ଧି ପାଇଛି। ଜେଏସଡବ୍ଲ୍ୟୁ ଷ୍ଟିଲ୍ ୨.୩୧ ପ୍ରତିଶତ ଏବଂ ମାରୁତି ୨.୩୧ ପ୍ରତିଶତ ବୃଦ୍ଧି ପାଇଛି।
ସେନସେକ୍ସର ଶୀର୍ଷ ୩୦ ଟି ଷ୍ଟକ ମଧ୍ୟରୁ ୨୬ଟି ରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ମାତ୍ର ୪ଟି ଷ୍ଟକ ହ୍ରାସ ପାଉଛି। ଏଠାରେ ବିଇଏଲର ଷ୍ଟକ ୩.୪୧ ପ୍ରତିଶତ ଏବଂ ଟାଟା ମୋଟର୍ସର ୩.୦୯ ପ୍ରତିଶତ ବୃଦ୍ଧି ସହ ଶୀର୍ଷରେ ରହିଛି। ଏଲ୍ ଆଣ୍ଡ୍ ଟିର ଅଭିବୃଦ୍ଧି ୨.୬୧ ପ୍ରତିଶତ ଏବଂ ଓଏନ୍ ଜିସିର ୨.୨୭ ପ୍ରତିଶତ ରହିଛି। ଜେଏସଡବ୍ଲ୍ୟୁ ଷ୍ଟିଲ୍ ୨.୧୫ ପ୍ରତିଶତ ବୃଦ୍ଧି ପାଇଛି।