ସବୁଠାରୁ ଚର୍ଚ୍ଚିତ IPOରେ ସାମିଲ ହେଲା IRCTC, ୭୧୬ ଟଙ୍କାରେ ପହଞ୍ଚିଲା ସେୟାର ମୂଲ୍ୟ
Khabar Odisha:National-news-irctc-among-most-discussed-ipos-till-date-premium-price
ନୂଆଦିଲ୍ଲୀ,ଅକ୍ଟୋବର ୧୫(ଖବର ଓଡ଼ିଶା):

ଇଣ୍ଡିଆନ ରେଲୱେ କ୍ୟାଟେରିଂ ଏଣ୍ଡ ଟୁରିରିଜମ କର୍ପୋରେସନ (ଆଇଆରସିଟିସି) ଆଇପିଓ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଚର୍ଚ୍ଚିତ ଆଇପିଓରେ ସାମିଲ ହୋଇଛି । ଏହି ଆଇପିଓରୁ ପ୍ରଥମ ଦିନରେ ହିଁ ନିବେଶକମାନଙ୍କୁ 129 ପ୍ରତିଶତ ଲାଭ ହୋଇଥିଲା । ଅର୍ଥାତ 1 ଲକ୍ଷ ଟଙ୍କା ଯଦି କେହି ନିବେଶ କରିଥିବେ ତେବେ ସୋମବାର ସୁଦ୍ଧା ବ୍ୟବସାୟ ବନ୍ଦ ହେବା ସୁଦ୍ଧା ତାଙ୍କ ରାଶି 2.29 ଲକ୍ଷ ହୋଇଥିଲା । 

ସାର୍ବଜାନୀକ କମ୍ପାନୀ ଆଇଆରସିଟିସିର ସେୟାର ଲିଷ୍ଟିଂର ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ମଙ୍ଗଳବାର ଦିନ ବ୍ୟବସାୟ ସମୟରେ ସେୟାର ଦାମ 734 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା । ବଜାର ବନ୍ଦ ହେବା ବେଳକୁ ସେୟାର ମୂଲ୍ୟ 716.25 ଟଙ୍କା ରହିଥିଲା । ସୋମବାର ଦିନ ଆଇଆରସିଟିସିର ଆଇପିଓର ଲିଷ୍ଟିଂ 644 ଟଙ୍କା ପ୍ରତି ସେୟାର ହୋଇଥିଲା, ଯେତେବେଳେ କି ଏହାର ପ୍ରାଇସ ବ୍ରାଣ୍ଡ 315-320 ଟଙ୍କା ଥିଲା । ଏହିପରି ଭାବେ ଏହାର ଲିଷ୍ଟିଂ ହିଁ 103 ପ୍ରତିଶତ ପ୍ରିମିୟମରେ ହୋଇଥିଲା । ବ୍ୟବସାୟ ଚାଲିବା ସମୟରେ ଏହାର ସେୟାର ମୂଲ୍ୟ 743.80 ଟଙ୍କାରେ ପହଞ୍ଚିଥିଲା ।

ସୋମବାର ଦିନ ସଂଧ୍ୟା ସୁଦ୍ଧା ଏହା 728.60 ଟଙ୍କାରେ ବନ୍ଦ ହୋଇଥିଲା ଯାହା ଲିଷ୍ଟିଂର ଦାମଠାରୁ 13 ପ୍ରତିଶତ ଅଧିକ ଥିଲା । ଆଇଆରସିଟିସିର ଆଇପିଓ ଏହି ଦୃଷ୍ଟିରୁ ମଧ୍ୟ ସଫଳ ହୋଇଛି ଯେ ସଂସ୍ଥା ଏହି ଆଇପିଓରୁ 645 କୋଟି ଟଙ୍କା ଏକାଠି କରିବାକୁ ଲକ୍ଷ୍ୟ ରଖିଥିଲା ଏବଂ ସଂସ୍ଥାକୁ ଆବଶ୍ୟକତାଠାରୁ 112 ଗୁଣା ଅଧିକ ସେୟାର ପାଇଁ ଆବେଦନ ମିଳିଥିଲା । ଏହି କାରଣରୁ ଏହାକୁ ପୂର୍ବରୁ ମଧ୍ୟ ଅନୁମାନ କରାଯାଇଥିଲା ଯେ, ଏହି ଲିଷ୍ଟିଂରେ ଅଧିକ ଉପରେ ରହିବ । ଆଇପିଓ ଦ୍ୱାରା 2.01 କୋଟି ସେୟାର ପାଇଁ ଆବେଦନ ଜାରି କରାଯାଇଥିଲା, କିନ୍ତୁ ଆବେଦନ 225.39 କୋଟି ପାଇଁ ମିଳିଥିଲା । 

Subscribe

National International State Sports Entertainment