ବିଏସଏନଏଲ: ବନ୍ଦ ହେଲା ୩ ସ୍ପେଶାଲ ଟାରିଫ ଭାଉଚର, ହ୍ରାସ ପାଇଲା ୨ଟି ପ୍ଲାନର ବୈଧତା
Khabar Odisha:Business-telecom-BSNL-reduced-validity-of-29-and-47-rupee-STV-and-withdraws-3-prepaid-plans

ନୂଆଦିଲ୍ଲୀ, ଡିସେମ୍ବର ୦୬ (ଖବର ଓଡ଼ିଶା): ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ୨୯ ଟଙ୍କିଆ ଓ ୪୭ ଟଙ୍କିଆ ପ୍ଲାନର ବୈଧତା ହ୍ରାସ କରିବା ସହିତ ୩ଟି ସ୍ପେଶାଲ ଟାରିଫ ଭାଉଚର ପ୍ଲାନକୁ ବନ୍ଦ କରିଦେଇଛି । ବିଏସଏନଏଲର ୨୯ ଟଙ୍କିଆ ପ୍ଲାନ ସବୁଠାରୁ ଭଲ ସାପ୍ତାହିକ ପ୍ଲାନ ମଧ୍ୟରୁ ଅନ୍ୟତମ ଅଟେ କିନ୍ତୁ କମ୍ପାନୀ ଏହାର ବୈଧତା  ୫ ଦିନ ହ୍ରାସ କରିଦେଇଛି । ରିପୋର୍ଟରେ କୁହାଯାଇଛି ଯେ, ନିକଟରେ ଟାରିଫ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଏସଏନଲ ନୂତନ ପ୍ଲାନ୍ସରେ କାମ କରୁଛି । 

ବିଏସଏନଏଲର ୨୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ ଅନ-ନେଟ ଓ ଅଫ ନେଟ କଲିଂ ମିଳଥାଏ କିନ୍ତୁ ଏଥିରେ ୨୫୦ ମିନିଟର ଧାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ ଏହି ପ୍ଲାନରେ ୧ ଜିବି ଡାଟା ଓ ୩୦୦ ଏସଏମଏସ ମିଳିଥାଏ । ଏବେ ଏହାର ବୈଧତା ୫ ଦିନ କରି ଦିଆଯାଇଛି । ପୂର୍ବରୁ ଏହି ପ୍ୟାକେଜର ବୈଧତା ୭ ଦିନ ଥିଲା । ୪୭ ଟଙ୍କିଆ ଏସଟିଭିରେ ମଧ୍ୟ ଏହି ସୁବିଧା ମିଳିଥାଏ କିନ୍ତୁ ଏହାର ବୈଧତା ମାତ୍ର ୭ ଦିନ ପାଇଁ ପ୍ରଯୁଜ୍ୟ । ଏହା ପୂର୍ବରୁ ଏହି ପ୍ୟାକେଜର ବୈଧତା ୯ ଦିନ ଥିଲା । କମ୍ପାନୀ ଏହାକୁ ୨ ଦିନ ହ୍ରାସ କରିଦେଇଛି । 

ବିଏସଏନଏଲ ୭, ୯ ଓ ୧୯୨ ଟଙ୍କିଆ ସ୍ପେଶାଲ ଟାରିଫ ଭାଉଚର ବନ୍ଦ କରି ଦେଇଛି । ୭ ଟଙ୍କିଆ ପ୍ଲାନରେ ଦିନକ ପାଇଁ ୧ ଜିବି ଡାଟା ଭଏସ କଲିଂ, ୧୦୦ ଏମବି ଡାଟା ଓ ୧୦୦ ଏସଏମଏସ ମିଳୁଥିଲା । ସେହିପରି ୧୯୨ ଟଙ୍କିଆ ପ୍ଲାନରେ ଦୈନିକ ୩ ଜିବି ଡାଟା, ୧୦୦ ଏସଏମଏସ, ଅନଲିମିଟେଡ କଲିଂ (ଦୈନିକ ୨୫୦ମିନିଟ) ସୁବିଧା ଥିଲା । ଏହାର ବୈଧତା ୨୮ ଦିନ ଥିଲା । 

  

 

  • Tags:

Subscribe

National International State Sports Entertainment