ଏହି ଦେଶର କର୍ମଚାରୀଙ୍କୁ ସପ୍ତାହରେ ମିଳିବ ୩ ଦିନ ଛୁଟି, ୪ ଦିନ ହେବ କାମ!
Khabar Odisha:Business-Eemployee-in-Britain-now-work-will-have-to-be-done-only-4-days

ନୂଆଦିଲ୍ଲୀ: ଅନେକଗୁଡ଼ିଏ ଦେଶରେ ସପ୍ତାହରେ ୪ ଦିନ କାମ ଏବଂ ୩ ଦିନ ଛୁଟି ଫର୍ମୁଲାରେ କାମ ହୋଇଥାଏ। କିନ୍ତୁ ଏବେ ଏହି ଫର୍ମୁଲାରେ ଆଉ ଏକ ଦେଶ ଯୋଡ଼ିହେବାକୁ ଯାଉଛି। ବ୍ରିଟେନ୍ ମଧ୍ୟ ୪ ଦିନ କାମ ସପ୍ତାହ କ୍ଲବରେ ସାମିଲ ହୋଇଯାଇଛି। ଫଳରେ ଏଠାରେ କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କାମକରିବାକୁ ପଡିବ ଓ ୩ ଦିନ ଛୁଟି ମିଳିବ। କିନ୍ତୁ କର୍ମଚାରୀଙ୍କୁ ଦରମା ପୂରା ମିଳିବ। ଅର୍ଥାତ ଛୁଟି ବଢ଼ିଲେ ମଧ୍ୟ କର୍ମଚାରୀଙ୍କଠାରୁ ଦରମା କଟାଯିବ ନାହିଁ। ଏହି କଂପାନୀଗୁଡ଼ିକରେ ବ୍ୟାଙ୍କିଙ୍ଗ୍, ହସ୍ପିଟାଲିଟି ଭଳି କ୍ଷେତ୍ରର ପ୍ରାୟ ୭୦ଟି କଂପାନୀ ସାମିଲ ଅଛନ୍ତି।

ଏହି ପାଇଲଟ କାର୍ଯ୍ୟକ୍ରମକୁ ଅଣ ସରକାରୀ ସଂସ୍ଥାର ସମୂହ ‘ଫୋର୍ ଡେ ୱିକ୍ ଗ୍ଲୋବାଲ’, ‘ଫୋର୍ ଡେ ୱିକ୍ ୟୁକେ କ୍ୟାମ୍ପେନ୍’ ଓ ଅଟୋନୋମି ଦ୍ବାରା ଆରମ୍ଭ କରାଯାଇଛି। ଏହାରି ମାଧ୍ୟମରେ କର୍ମଚାରୀଙ୍କର ଉତ୍ପାଦକତା ଓ ଜୀବନର ଗୁଣବତ୍ତା ଉପରେ ହେବାକୁ ଥିବା ପ୍ରଭାବର ଆକଳନ କରିବେ। ଏହା ପରେ ଫଳାଫଳ ଘୋଷଣା କରାଯିବ, ଯାହାକି ୨୦୨୩ ମସିହାରେ ହେବ।

ବ୍ରିଟେନ୍ରେ ଆରମ୍ଭ ହେବାକୁ ଯାଉଥିବା ଫୋର ଡେ’ ୱାର୍କ ୱିକ୍ ଅଭିଯାନରେ ପାଖାପାଖି ୩୩୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିବେ, ଯେଉଁଥିରେ କି ବ୍ୟାଙ୍କିଙ୍ଗ୍, ମାର୍କେଟିଙ୍ଗ, ରିଟେଲ, ଫାଇନାନ୍ସ ସମେତ ଅନ୍ୟ ସେକ୍ଟରରୁ ମଧ୍ୟ ସାମିଲ ହେବେ। ଏହି ଅଭିଯାନକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ଏହି ଶୈଳୀ ଲୋକଙ୍କର ମାନସିକ ସ୍ବାସ୍ଥ୍ୟରେ ସୁଧାର ସହିତ କାର୍ଯ୍ୟାଳୟରେ ଉତ୍ପାଦକତା ବଢ଼ାଇବ ଏବଂ ଜୀବନରେ ଗୁଣବତ୍ତା ଆଣିବ।

  • Tags:

Subscribe

National International State Sports Entertainment