ସଂସଦରେ ସ୍ୱଦେଶୀ ଟାବଲେଟରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ସ୍ୱାସ୍ଥ୍ୟ ସେବା ପାଇଁ 64,180 କୋଟି ବ୍ୟୟ ବରାଦ
Khabar Odisha:2021-budget-by-Nirmala-sitaraman--64180-crore-for-Health-Sector
ନୂଆଦିଲ୍ଲୀ, ଫେବୃଆରୀ 01 (ଖବର ଓଡିଶା) :

ସଂସଦରେ ଉପସ୍ଥାପିତ ହେଲା 2021-22 ଆର୍ଥିକ ବର୍ଷର ସାଧାରଣ ବଜେଟ  । ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି  । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଭାରତର ସ୍ୱଦେଶୀ ଟାବଲେଟ ମାଧ୍ୟମରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି 

ଆରମ୍ଭରୁ କରୋନାସ୍ଥିତି ନିୟନ୍ତ୍ରଣ ପାଇଁ ନିଆଯାଇଥିବା ନିଷ୍ପତି ଉପରେ ଆଲୋଚନା କରିଛନ୍ତି  । ସ୍ୱାସ୍ଥ୍ୟ କ୍ଷେତ୍ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିଛନ୍ତି  । ଏଥି ପାଇଁ 64,180 କୋଟି ବ୍ୟୟ ବରାଦ ହୋଇଛି  । ଏହା ସହ WHO ର ଏକ ଶାଖା ସ୍ଥାପନ କରାଯିବ  । ପ୍ରତି ଜିଲ୍ଲାରେ ସମନ୍ୱିତ ପରୀକ୍ଷାଗାର ହେବ  । ଏହା ସହ ଦେଶରେ 15 ଟି ହେଲଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ  । କରୋନା ଭ୍ୟାକ୍ସିନ ପାଇଁ 35 ହଜାର କୋଟି ଘୋଷଣା କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

  • Tags:

Subscribe

National International State Sports Entertainment