ପୁରୀ ପରେ କଟକରେ ବି ଆସନ୍ତା କାଲି ଠୁ ଖୋଲିବ ମସସ୍ତ ଧାର୍ମିକ ଅନୁଷ୍ଠାନ
Khabar Odisha:All-Temple-Reopens-In-Cuttack-From-Tomorrow

କଟକ, ଅଗଷ୍ଟ ୩ (ଖବର ଓଡ଼ିଶା) : ରାଜ୍ୟରେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଧିରେ ଧିରେ ଧାର୍ମିକ ଅନୁଷ୍ଠାନ ମଧ୍ୟ ଖୋଲିବା ଆରମ୍ଭ ହୋଇଛି ।

ପୁରୀ ଜିଲ୍ଲାପାଳ ଆଜି ପୁରୀରେ ମସସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେବା ପରେ କଟକରେ ମଧ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ।

ସମସ୍ତ କରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ କଟକ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଯାଉଛି । ତେବେ କଟକ ସହରରେ ମନ୍ଦିର ଖୋଲିବ କି ନାହିଁ ତା ନେଇ ସିଏମସି ନିଷ୍ପତି ନେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ମନ୍ଦିରକୁ ଯିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ଅନ୍ୟ ସବୁ କୋଭିଡ୍ ନିୟମର ଅନୁପାଳନ କରିବାକୁ କଟକ ବାସୀଙ୍କୁ ନିବେଦନ କରାଯାଇଥିବା ବେଳେ ନିୟଭ ଉଲଘଂନକରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

  • Tags:

Subscribe

National International State Sports Entertainment