ଭାଙ୍ଗୁନି ନିଦ: ଏବେବି କନ୍ଧମାଳର ଅନେକ ସେବାଶ୍ରମରେ ରହୁନାହାନ୍ତି ସୁପରିଟେଣ୍ଡେଂଟ, କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ଦାବୀ
Khabar Odisha:women-odisha-kandhamal-no-superintendent-staying-in-school-hostel
କନ୍ଧମାଳ, ଜାନୁଆରୀ ୨୧ (ଖବର ଓଡ଼ିଶା):

ଗୋଟିଏ ପଟେ ବିଜେପି ମହିଳା ମୋର୍ଚ୍ଚା ପିପିଲି ଓ କୁନ୍ଦୁଲି ପିଡ଼ୀତା ପାଇଁ ରାଜ୍ୟ ରାଜଧାନୀରେ ସରକାରଙ୍କୁ ଘେରିଥିବାବେଳେ ରାଜ୍ୟ ସରକାର କିନ୍ତୁ ଚେତୁ ନାହାଁନ୍ତି । କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ ନାବାଳିକା ପ୍ରସବ କରିବା ଘଟଣା ପରେ ବି ଶୋଇ ରହିଛନ୍ତି ସରକାର । କନ୍ଧମାଳର ବିଭିନ୍ନ ସ୍ଥାନରେ ଥିବା ଏଭଳି ସ୍କୁଲରେ ଏବେବି ସୁପରିଟେଣ୍ଡେଣ୍ଟମାନେ ଅଧିକାଂଶ ସମୟରେ ବିଦ୍ୟାଳୟ ପରିସରରେ ରହୁନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାର୍ଥୀମାନଙ୍କ ଅଭିଭାବକ ମାନେ । ସେଥିପାଇଁ ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଚରିତ୍ର ଗଠନରେ ପ୍ରତିକୂଳ ପ୍ରଭାବ ପଡିଥିବା କଥା କହିଛନ୍ତି ସେମାନେ ।

ସରକାର ଅନୁସୂଚିତ ଜାତି/ ଜନଜାତି ବର୍ଗର ବିଦ୍ୟାର୍ଥୀଙ୍କ ଉତୋରତର ଉନ୍ନତି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଶ୍ରମ ବିଦ୍ୟାଳୟମାନ ସ୍ଥାପନ କରିଛନ୍ତି । ଏହି ବିଦ୍ୟାଳୟ ଗୁଡିକର ସୁଚାରୁ ରୁପେ ପରିଚାଳନା ପାଇଁ ନିଯୁକ୍ତି ହୋଇଥାନ୍ତି ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ ସେମାନଙ୍କ ଉପରେ । କଡ଼ା ନିର୍ଦ୍ଦେଶ ଅଛି ସେମାନେ ବିଦ୍ୟାଳୟ ପରିସରରେ ରହି ଛାତ୍ରଛାତ୍ରୀଙ୍କ ଦେଖାରେଖା କରିବାପାଇଁ । କିନ୍ତୁ ସେମାନେ ଅନୁପସ୍ଥିତ ରହୁଛନ୍ତି । ଏହା ବ୍ୟତୀତ ସୁପରିଟେଣ୍ଡେଟ ମାନେ ଅଧିକାଂଶ ସମୟରେ ବିଦ୍ୟାଳୟ ପରିସରରେ ରହୁନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାର୍ଥୀ ମାନଙ୍କ ଅଭିଭାବକ ମାନେ । ସେଥିପାଇଁ ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଚରିତ୍ର ଗଠନରେ ପ୍ରତିକୂଳ ପ୍ରଭାବ ପଡିଥିବା କଥା କହିଛନ୍ତି ସେମାନେ । କିଛି ଦିନ ପୂର୍ବେ ଦାରିଙ୍ଗବାଡ଼ି ଅଂଚଳର ଏକ ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ଜିଲ୍ଲାପାଳ ସମ୍ପୃକ୍ତ ବିଦ୍ୟାଳୟ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସୁଦ୍ଧା ଅନ୍ୟ ସେବାଶ୍ରମର କର୍ମଚାରୀ ଏହାକୁ ଭୃକ୍ଷେପ ନ କରି ପୂର୍ବ ପରି ନିଜର ମନମୁଖୀ କାରବାର ଜାରୀ ରଖିଛନ୍ତି ।

କନ୍ଧମାଳ ଜିଲ୍ଲାରେ କିଛି ଆଭ୍ୟନ୍ତରିଣ ଅଂଚଳର ଆଶ୍ରମ ବିଦ୍ୟାଳୟ ପରିଚାଳକମାନେ ଯଥା ଜି.ଉଦୟଗିରି କ୍ରିଟାଙ୍ଗିଆ ସେବାଶ୍ରମର ଶୋଭାମଣି ନାୟକ. ଖଜୁରୀପଡା ଲମ୍ବାଗୁଡ଼୍ରି ସେବାଶ୍ରମର ସ୍ୱାତି ତନ୍ମୟୀ ପଣ୍ଡା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦୁତୀପଡାର ସସ୍ମିତା ଦାଶ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁର ସାଇ ଗୀତା ପଟ୍ଟନାୟକ, ସାର୍ତାଗୁଡା ସେବାଶ୍ରମର ସତ୍ୟବତୀ ମହାକୁଡ, ମା ଭୈରବୀ ଉଚ୍ଚ ବିଦ୍ୟାଳୟ ମୁଣ୍ଡିଗଡ଼ର ବିଦ୍ୟୁତ ଲତା ମହାନ୍ତି, ସଲପଯୋଡି କ.ନୂଆଗାଁର ସୁନନ୍ଦା ପ୍ରଧାନ, କୁଡିପୁଞ୍ଜା ସେବାଶ୍ରମର ମମତା ମଞ୍ଜରୀ ସାହୁଳ, ମା ବରାଳୀ ସରକାରୀ ବାଳିକା ବିଦ୍ୟାଳୟ, ଚକାପାଦର ସାଗରିକା ମହାପାତ୍ର, ସଲାଗୁଡ଼ା ସେବାଶ୍ରମ, ଫିରିଙ୍ଗିଆର ଅନଙ୍ଗ ମଞ୍ଜରୀ ଦେହୁରୀ, ମୁନିଙ୍ଗିଆ ଆର.ଏସ୍ ଟିକାବାଲିର ଜ୍ୟୋତ୍ସ୍ନାରାଣୀ ପଣ୍ଡା ଏବଂ ୟୁଜିଏଚଏସ ଲଙ୍କାଗଡ, ତୁମୁଡିବନ୍ଧର ପୂର୍ଣ୍ଣିମା ବେଣୀ ନାୟକ ପ୍ରମୁଖ ବିଦ୍ୟାଳୟରେ ରହୁନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚାରୁଲତା ମଲିକଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାପନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଯୋଗ୍ୟ ଏଭଳି ଅନେକ ବିଦ୍ୟାଳୟ ପରିଚାଳକମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିନା ପରାମର୍ଶରେ ବିଇଓଙ୍କ ସହ ଯୋଗସୂତ୍ର ରଖି ସ୍କୁଲରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଛି ।

Subscribe

National International State Sports Entertainment