ଗତକାଲି ମଧ୍ୟପ୍ରଦେଶ ସରକାର ଜଙ୍ଗଲ ବିଭାଗକୁ ବାରଣ କରି ମହିଳାଙ୍କ ନିଯୁକ୍ତିରେ ୩୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମଧ୍ୟପ୍ରଦେଶ ସରକାର ସିଭିଲ ସର୍ଭିସେସ୍ (ମହିଳା ନିଯୁକ୍ତି ପାଇଁ ସ୍ୱତନ୍ତ୍ର ପ୍ରୋଭିଜନ୍) ନିୟମ, ୧୯୯୭ରେ ଏକ ସଂଶୋଧନ ଆଣିଛନ୍ତି। “କୌଣସି ସେବା ନିୟମରେ ଥିବା କୌଣସି ଜିନିଷକୁ ଖାତିର ନକରି, ପ୍ରତ୍ୟକ୍ଷ ନିଯୁକ୍ତି ପର୍ଯ୍ୟାୟରେ ମହିଳାଙ୍କ ସପକ୍ଷରେ ରାଜ୍ୟ ଅଧୀନରେ ଥିବା (ବନ ବିଭାଗ ବ୍ୟତୀତ) ସମସ୍ତ ପଦବୀରେ ୩୫ ପ୍ରତିଶତ ସଂରକ୍ଷିତ ରହିବ ଏବଂ ଉକ୍ତ ସଂରକ୍ଷଣ ଭୂସମାନ୍ତର ଏବଂ କମ୍ପାର୍ଟମେଣ୍ଟ ଅନୁଯାୟୀ ହେବ,” ବୋଲି ବିଜ୍ଞପ୍ତିରେ ଲେଖା ଅଛି | ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିକଟରେ ଘୋଷଣା କରିଛନ୍ତି ଯେ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ଚାକିରିରେ ୩୫ ପ୍ରତିଶତ ପଦବୀ ମହିଳା ପୂରଣ କରିବେ। ସେ କହିଛନ୍ତି ଯେ ସରକାର ମହିଳାଙ୍କ ପାଇଁ ୫୦ ପ୍ରତିଶତ ଶିକ୍ଷାଦାନ ସଂରକ୍ଷଣ କରିବେ। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ।
ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ବନ ବିଭାଗକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ସରକାରୀ ବିଭାଗରେ ହେଉଥିବା ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ନାରୀ- କେନ୍ଦ୍ରୀୟ ସ୍କିମ୍ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଆଲୋଚନା ହେଉଛି। ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ବିଲ୍ ପାରିତ ହୋଇ ସାରିଥିବା ବେଳେ ଏହି କ୍ଷେତ୍ରରେ ମଧ୍ୟପ୍ରଦେଶ ସରକାର ଦୁଇ ପାଦ ଆଗରେ ଅଛନ୍ତି। ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯିଏକି, ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷଣ ବ୍ୟବସ୍ଥା କରିଛି।
ଏହାବାଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ କ୍ଷମତାରେ ଥିବା ବିଜେପି ସରକାର ମଧ୍ୟପ୍ରଦେଶରେ ‘ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା’ ବି ଲଞ୍ଚ କରି ସାରିଛନ୍ତି। ଏହାପରେ ମଧ୍ୟପ୍ରଦେଶ ସରକାର ‘ଲାଡଲି ବେହନା ଯୋଜନା’ ଲଞ୍ଚ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୩.୨ ମିଲିୟନ ମହିଳା ଉପକୃତ ହେଉଥିବା ବେଳେ ସେମାନଙ୍କୁ ମାସିକ ୧୨୫୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଅଯାଉଛି।
ଅଧିକ ପଢ଼ନ୍ତୁ : ୧୮ ରୁ ପାର୍ଲିଆମେଣ୍ଟର ସ୍ବତନ୍ତ୍ର ଅଧିବେଶନ