ଗତ ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଓ ମହିଳାମାନଙ୍କ ଶିକ୍ଷା ଉପରେ ମତ ଦେଇ ବିବାଦ ଘରକୁ ଆସିଛନ୍ତି | ବିଧାୟକମାନଙ୍କୁ ସମ୍ବୋଧିତ କରିବାବେଳେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ନୀତୀଶ କୁମାର କିଛି ଶବ୍ଦର ବ୍ୟବହାର କରିଥିଲେ, ଯାହାକୁ ଶୁଣି ହେବ ନାହିଁ କି କହି ବି ହେବ ନାହିଁ । ସେ ତାଙ୍କ ସରକାର ଦ୍ୱାରା ପରିଚାଳିତ ସର୍ବଶେଷ ଜାତି ଜନଗଣନା ତଥ୍ୟ ଉପସ୍ଥାପନ କରୁଥିବା ବେଳେ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡନ କରି ବିଜେପିର ବିହାର ୟୁନିଟ୍ ଟ୍ୱିଟରରେ ଏହାକୁ ନେଇ କହିଥିଲେ ଯେ ନୀତୀଶ କୁମାରଙ୍କ ପରି ଜଣେ ଅଶ୍ଳୀଳ ରାଜନେତାଙ୍କୁ ଭାରତୀୟ ରାଜନୀତିରେ କେବେ ଦେଖି ନଥାନ୍ତେ ...ସର୍ବସାଧାରଣରେ ତାଙ୍କର ଦ୍ୱି-ଅର୍ଥ ସଂଳାପ ଉପରେ ଏକ ନିଷେଧାଦେଶ ରହିବା ଉଚିତ୍ .. |" ସେହିଭଳି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ ମଧ୍ୟ ରାଜ୍ୟ ସଭାରେ ନୀତୀଶ କୁମାରଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି ଯେ ଏକ ସଭ୍ୟ ସମାଜର ପ୍ରତିନିଧିତ୍ୱ କରିବାକୁ ମୁଖ୍ୟମନ୍ତ୍ରୀ ଆଉ ଫିଟ୍ ନାହାଁନ୍ତି। ସେ କହିଛନ୍ତି, "ନୀତୀଶ କୁମାରଙ୍କ ମାନସିକ ଭାରସାମ୍ୟ ଠିକ ନାହିଁ । ବିଧାନସଭାରେ ସେ ଯେଉଁ ଭଳି ଅଶ୍ଳୀଳ ଭାଷଣ ଦେଇ ମହିଳାଙ୍କ ପ୍ରତି ଅସମ୍ମାନ ଜଣାଇଛନ୍ତି ତାହା ସଭ୍ୟ ସମାଜର ପ୍ରତିନିଧିତ୍ୱ କରିବା ପାଇଁ ଆଦୌ ଯୋଗ୍ୟ ନୁହେଁ। ସେ ଇସ୍ତଫା ଦେବା ଉଚିତ୍।"
ଏହା ପରେ ତାଙ୍କ ବୟାନକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ସେ ଏପରି କିଛି ଶବ୍ଦର ପ୍ରୟୋଗ କରିଥିଲେ , ଯାହା ସମସ୍ତ ମହିଳାଙ୍କ ପାଇଁ ଅପମାନଜ୍ଜନକ ଥିଲା । ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି ।ତେବେ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ନୀତୀଶଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା ।ବିବାଦ ବଢ଼ିବାରୁ ଆଜି ନୀତୀଶ କୁମାର କ୍ଷମା ମାଗିଛନ୍ତି। ନୀତୀଶ କହିଛନ୍ତି, ମହିଳାଙ୍କୁ ଆଘାତ ଦେବାରେ ମୋର ସେମିତି କୌଣସି ଉଦ୍ଦେଶ୍ୟ ନଥିଲା । ମୋ କଥା ଯଦି କାହାକୁ ଆଘାତ ଦେଇଛି ତେବେ ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି ଏହା କହି ସେ କ୍ଷମା ପ୍ରାର୍ଥନା କରିଛନ୍ତି । ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ବୋଲି ସଫେଇ ଦେଇଛନ୍ତି ନୀତୀଶ ।
ଅଧିକ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ ଶ୍ରୀ ରଘୁବର ଦାସ