ସୁନ୍ଦରଗଡ଼ରୁ ଆସିଥିଲା ମାଆ ଓ ତାଙ୍କର ତିନି ଝିଅଙ୍କ ସହ ହୋଇଥିବା ପାଶବିକ ଅପରାଧର ଛାତିଥରା କାହାଣୀ | ଉଲଗ୍ଣ ଅବସ୍ଥାରେ ରାସ୍ତାରେ ବୁଲୁଥିବାବେଳେ ମା ଓ ଝିଅଙ୍କୁ ଉଦ୍ଧାର କରିଥିଲେ ବିଧାୟିକା କୁସୁମ ଟେଟେ | ଘଟଣାକୁ ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ହଇଚଇ | କିନ୍ତୁ ଏହି ଘଟଣା ଏବେ ନେଇଛି ନୂତନ ମୋଡ଼ | ମା ଓ ଝିଅ ପ୍ରଥମେ ଝାଡଖଣ୍ଡର ବୋଲି ସୂଚନା ରହିଥିଲା ବେଳେ ଏବେ କିନ୍ତୁ ସେମାନଂକ ଘର ଛତିଶଗଡରେ ବୋଲି ଜଣା ପଡିଛି | ପୋଲିସ କହିଛି ଯେ, ପଡୋଶୀ ଛତିଶଗଡ ତୁମୁଲା ଥାନା ଖାରିବହାଲ ଗାଁରେ ମହିଳାଙ୍କ ଘର ରହିଛି । ପରିବାର ଲୋକେ ପୋଲିସ ଆଗରେ ମହିଳା ଜଣଙ୍କ ମାନସିକ ବିକୃତ ବୋଲି ବୟାନ ଦେଇଛନ୍ତି । ଏବଂ ସଂପୃକ୍ତ ମହିଳାଙ୍କ ବଡ ଭଉଣୀ ଓ ତାଙ୍କ ସାନ ଝିଅଙ୍କ ବୟାନ ରେକର୍ଡ ହୋଇଛି | ସୁନ୍ଦରଗଡ ଟାଉନ ଥାନାରେ ବୟାନ ରେକର୍ଡ ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଛନ୍ତି । ୪ ଦିନ ହେବ ସେ ଘର ଛାଡି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଛନ୍ତି ।
ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଥିଲା ଉଲଗ୍ନ ଅବସ୍ଥାରେ ଦୁଇ ମହିଳାଙ୍କ ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଦେଇନଥିଲେ | ଏଇ ରାସ୍ତା ଦେଇ ଯାଉଥିବା ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେଙ୍କ ନଜରକୁ ଆସିଥିଲା ଏ ଦୃଶ୍ୟ। ବ୍ୟସ୍ତତା ଭିତରେ ଥାଇ ବି ଦୁଇ ମହିଳାଙ୍କୁ ଏ ଅସ୍ୱାଭାବିକ ଅବସ୍ଥା ଦେଖି ଅଟକି ଯାଇଥଲା ତାଙ୍କ କାର। ପରେ ଗାଡ଼ିରେ ଥିବା କିଛି ଉତ୍ତରୀୟରେ ଦୁଇ ମହିଳାଙ୍କ ଦେହରେ ଢାଙ୍କି ଦେଇ ସେମାନଙ୍କୁ ପ୍ରକୃତିସ୍ଥ କରିଥିଲେ।କ୍ଲାନ୍ତ, ଶ୍ରାନ୍ତ ଅବସ୍ଥାରେ ମାନସିକ ସ୍ଥିତି ପ୍ରାୟ ଠିକ ନଥିବା ଦୁଇ ମହିଳାଙ୍କୁ ତୁରନ୍ତ ଆସ୍ଥା ଗୃହକୁ ନେଇ ସେମାନଙ୍କ ଚିକିତ୍ସା କରାଯାଇଥିଲା। ଏହାପରେ ମହିଳା ଜଣଙ୍କ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ।
ଅଧିକ ପଢ଼ନ୍ତୁ : ପାଚେରୀ ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା