ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ନୂଆପାଟଣାର ପ୍ରତିମା ଵେହେରା। ଖଦି କାରିଗରୀରେ ପାରିଦର୍ଶିତା ରଖିଥିଵା ୫୦ ଜଣ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଵାସଭବନରୁ ନିମନ୍ତ୍ରଣ ପଠାଯାଇଛି। ଏଥର ମହିଳାମାନଙ୍କୁ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରେ କଟକ, ତିଗିରିଆ ଵ୍ଲକ ନୂଆପାଟଣା ଗ୍ରାମର ପ୍ରତିମା ଵେହେରା ସ୍ଥାନ ପାଇଛନ୍ତି। ସ୍ଥାନୀୟ ମହିଳା ଵିକାଶ ପରିଷଦର ସେ ଜଣେ ଖଦି ଵୁଣାକାର। ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ପିନ୍ଧାଇଵା ପାଇଁ ଦେଶର କୋଣ ଅଣୁକୋଣରୁ ମହିଳା ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏନେଇ କେନ୍ଦ୍ର ଖଦି ଓ ଗ୍ରାମଦ୍ୟୋଗ ଏଵଂ ଓଡିଶା ରାଜ୍ୟ ଶାଖା କାର୍ଯ୍ୟାଳୟ ପକ୍ଷରୁ ପ୍ରତିମାଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ପରେ ସେ ୩ଟି ହାତତିଆରି ରାକ୍ଷୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ଯାହା ରେଶମ, ସୂତା, ପାଟସୂତା, ଚନ୍ଦନ, ତୁଳସୀ, ରୁଦ୍ରାକ୍ଷକୁ ଵ୍ୟଵହାର କରି ପ୍ରସ୍ତୁତ କରାଯାଇଛି।ରକ୍ଷାବନ୍ଧନ ପାଇଁ ଦିଲ୍ଲୀରେ ଆୟୋଜିତ ହେଉଥିଵା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସେ ଭୁବନେଶ୍ଵରରୁ ସୋମଵାର ନିଜ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରେ ଆୟୋଜିତ ହେଉଥିବା ସନ୍ଧ୍ୟା କାର୍ଯ୍ୟକ୍ରମରେ ସେ ଯୋଗଦେବେ।