ପୋଲିସ ଆମ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି | ଲୋକଙ୍କୁ ସୁରକ୍ଷା ଦେବାର ଦାୟିତ୍ବ ଗ୍ରହଣ କରିଥାନ୍ତି ପୋଲିସ | ଅନେକ କିଛି କାର୍ଯ୍ୟକ୍ରମରେ ପୋଲିସମାନେ ସୁରକ୍ଷା ଦେବାପାଇଁ ମାଇଲ ମାଇଲ ଦୂରତା ମଧ୍ୟ ଅତିକ୍ରମ କରିଥାନ୍ତି | ଅନେକ ବିପଦ ବ୍ୟାଘାତର ସାମ୍ନା କରିଥାନ୍ତି ପୋଲିସ ଅଫିସର | ଆପଣମାନେ ଭାବୁଥିବେ ଯେ ମୁଁ ଆଜି ପୋଲିସଙ୍କ ଉପରେ କାହିଁକି ଏତେ ଚର୍ଚ୍ଚା କରୁଛି ? କାରଣ ବର୍ତ୍ତମାନ ଏହି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜଣେ ପୋଲିସ ଅଫିସର | ଆଉ ସେ ବି ପୁରୁଷ ପୋଲିସକୁ ନେଇ ନୁହେଁ ଜଣେ ମହିଳା ଆସିସଷ୍ଟାଣ୍ଡ ପୋଲିସ କମିସନରଙ୍କୁ ନେଇ ଚର୍ଚ୍ଚା | ସେହିପରି ଜଣେ ପୋଲିସ ଅଫିସରଙ୍କ ଉଦାହରଣ ଏହି ଭିଡିଓରେ ଦେଖିବାକୁ ମିଳିଛି | ଯେକି ପ୍ରବଳ ବର୍ଷା ଯୋଗୁଁ ଡ୍ରେନରେ ଆବର୍ଜନା ଲାଗି ରହିଥିବାରୁ ରାସ୍ତା ଉପରେ ବନ୍ୟା ପରିସ୍ଥିତି ଉପୁଜିବାରୁ ଏହାକୁ ନିଜେ ବର୍ଷାରେ ଯାଇ ଆଣ୍ଠୁଏ ପାଣିରେ ପଶି ଡ୍ରେନ ସଫା କରିଥିଲେ |
ଏହି କିଛି ଦିନ ତଳେ ହାଇଦ୍ରାବାଦର ଜଣେ ମହିଳା ପୋଲିସ ଅଫିସରଙ୍କର ଏକ ଭିଡ଼ିଓ ଭାଇରଲ ହୋଇଥିଲା | ଯେଉଁଥିରେ ସେ ନିଜର ଉତ୍ସର୍ଗୀକୃତତା ଏବଂ ମାନବିକତାକୁ ପ୍ରଦର୍ଶନ କରି ତାହାକୁ ପ୍ରମାଣିତ କରିଛନ୍ତି | ଏ ଦୃଶ୍ୟ ହେଉଛି ହାଇଦ୍ରାବାଦର ସାଉଥ ୱେଷ୍ଟ ଜୋନ ଫ୍ଲାଏ ଓଭରର | ଏଠାରେ ପ୍ରବଳ ଲଗାଣ ବର୍ଷାରେ ପାଣି ଜମା ହୋଇ ରହିଥିବା ବେଳେ ଡ୍ରେନରେ ଲାଗିଥିବା ଅଳିଆକୁ ନିଜେ ପାଣିରେ ପଶି ସଫା କରୁଛନ୍ତି ଏସିପି ଡି.ଧନଲକ୍ଷ୍ମୀ | ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଉକ୍ତ ଭିଡ଼ିଓଟିରେ ଦେଖିବାକୁ ମିଳିଛି ଯେ, ହାଇଦ୍ରାବାଦର ଦକ୍ଷିଣ-ପଶ୍ଚିମ ଜୋନରେ ଥିବା ଟୋଲିଚୋକି ଫ୍ଲାଏ ଓଭର ନିକଟରେ ଜଣେ ମହିଳା ପୋଲିସ ଅଫିସର ଆଣ୍ଠୁଏ ପାଣିରେ ପଶି ଖାଲି ହାତରେ ଏକ ଡ୍ରେନରୁ ମଇଳା ଆବର୍ଜନା ସଫା କରୁଛନ୍ତି। ଆଉ ଏହି କାମ କରିବାକୁ ସେ ଟିକେ ବି ହେଲେ କୁଣ୍ଠାବୋଧ କରୁନାହାନ୍ତି | ସେ ଦେଖିଲେ ଯେ ଅବରୋଧିତ ଡ୍ରେନ୍ ଯୋଗୁଁ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ତେଣୁ ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଥିବାର ଦେଖି ଉକ୍ତ ମହିଳା ସହକାରୀ ପୋଲିସ କମିଶନର (ଏସିପି) ଜଣକ ତୁରନ୍ତ ଏହାକୁ ସଫା କରିବାର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଘଟଣାର ଏକ ଭିଡିଓ ହାଇଦ୍ରାବାଦ ଟ୍ରାଫିକ ପୋଲିସ ଦ୍ୱାରା 5 ସେପ୍ଟେମ୍ବର 2023ରେ କଏଦ କରାଯାଇଥିଲା ଏବଂ ଏହି ଭିଡିଓଟିକୁ ହାଇଦ୍ରାବାଦ ଟ୍ରାଫିକ ପୋଲିସ ଦ୍ବାରା ଟ୍ବିଟରରେ ସେୟାର କରାଯାଇଥିଲା। ଏହି ଭିଡିଓଟି ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲା ଏବଂ ମହିଳା ଏସିପିଙ୍କୁ ଶୁଭେଛା ପ୍ରଦାନ କରାଯାଇଥିଲା। ଉକ୍ତ ଭିଡିଓକୁ ହାଇଦ୍ରାବାଦ ଟ୍ରାଫିକ ପୋଲିସ ତାଙ୍କ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ସେୟାର କରି 'ଏସିପି ଟ୍ର ସାଉଥ ୱେଷ୍ଟ ଜୋନ୍' ବୋଲି ଲେଖିଛନ୍ତି।
ଅଧିକ ପଢ଼ନ୍ତୁ : ମହାନଦୀରେ ଖସିପଡ଼ିଥିବା ବୃଦ୍ଧ ସୁରକ୍ଷିତ ଉଦ୍ଧାର