ଆଜି ଦିଲ୍ଲୀର ନୋଏଡାଠାରେ ସ୍ଵାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପରିବାର ତରଫରୁ ଓଡ଼ିଶା ହସ୍ତତନ୍ତ ଦିବସ ପାଳନ କରାଯାଇଛି । ଉତ୍ସବରେ ହସ୍ତତନ୍ତ ପୋଷାକ ପ୍ରଦର୍ଶନର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧି ଏଥିରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟତଃ ଓଡ଼ିଶାର ହସ୍ତଶିଳ୍ପର ପ୍ରଚାର ଓ ପ୍ରସାର ସାରା ବିଶ୍ୱରେ କିପରି ଭାବରେ ହେବ, ସେ ବିଷୟରେ ସମ୍ଭାଷଣ ଦେଇଥିଲେ ସେଠାରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି, ରାଜ୍ୟସଭା ସଦସ୍ୟା ଶ୍ରୀମତୀ ସୁଲତା ଦେଓ ଓ ସଂପୂର୍ଣ୍ଣାର ଫାଉଣ୍ଡର ପୁଷ୍ପା ସାହୁ । ଫ୍ୟାସନ ସୋ, ନାଚ, ଗୀତ ଓ ରଙ୍ଗୀନ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ । ଏହାର ମୂଳ ଉଦେଶ୍ୟ ହେଉଛି ହସ୍ତତନ୍ତ ଓ ବୁଣାକାର ମାନଙ୍କର ସମୂହ ବିକାଶ । ସ୍ୱାଭିମାନୀ ମହିଳାମାନଙ୍କର ଏହି ପ୍ରୟାସକୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି ।
କେବଳ ଦିଲ୍ଲୀ ନୁହେଁ ପୁନେ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ ଭଳି ଅନେକ ବଡ଼ ବଡ଼ ସହରରେ ମଧ୍ୟ ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଉଛି । ଏହାରି ମାଧ୍ୟମରେ ଆମ ଓଡ଼ିଶାର ହସ୍ତତନ୍ତ ଶିଳ୍ପର ପ୍ରଚାର ପ୍ରସାର ହୋଇପାରିବ ବୋଲି ଏହା ସ୍ଵାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପରିବାର ପକ୍ଷରୁ କୁହାଯାଇଛି |