ନବବଧୂ ମୃତ୍ୟୁକୁ ନେଇ ଉତ୍ତେଜନା, ବଣାଇ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା
Khabar Odisha:woman-odisha-newly-wed-woman-death-in-Sibanathpur-village-Sundergarh
ସୁନ୍ଦରଗଡ଼, ଫେବୃୟାରୀ ୦୫ (ଖବର ଓଡ଼ିଶା):

ନବ ବିବାହିତାଙ୍କ ଅସ୍ୱାଭାବିକଭାବେ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା ହୋଇଛି । ଧରମ ଭଣଜାଙ୍କ ସ୍ତ୍ରୀର ମୃତ୍ୟୁକୁ ନେଇ ବୋହୁର ବାପଘର ଲୋକ ଠିକାୟତପାଲ୍ଲୀ ଥାନା ଶିବନାଥପୁର ଗାଁରେ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଧରମ ଭଣଜା ଗଣେଶ କିଷାନକୁ ଅଟକ ରଖାଯାଇଥିବାବେଳେ ଅଧ୍ୟକ୍ଷାଙ୍କ ପରିବାର ଲୋକ ଫେରାର ଅଛନ୍ତି । ସେପଟେ ବୋହୁର ଏ ଯାଏଁ ଶବ ସତ୍କାର ହୋଇ ନ ଥିବା ସୂଚନା ମିଳିଛି । 

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବଣାଇ ବ୍ଲକ୍‌ ଅଧ୍ୟକ୍ଷା ଗଣେଶଙ୍କୁ ଧରମ ଭଣଜା କରି ରଖିଥିଲେ । ଗତ ବର୍ଷ ନିକିତାମାଲ ଗାଁର ରଶ୍ମିତାଙ୍କ ସହିତ ବିବାହ କରାଇଥିଲେ । କିନ୍ତୁ କିଛି ଦିନ ହେବ ରଶ୍ମିତା ଓ ଗଣେଶଙ୍କ ମଧ୍ୟରେ କଳହ ଲାଗୁ ରହୁଥିଲା । ଯାହାକୁ ନେଇ ରଶ୍ମିତା ଅଲଗା ରହୁଥିଲେ । କିନ୍ତୁ ଗତକାଲି ତାଙ୍କର ଅସ୍ୱାଭାବିକଭାବେ ମୃତ୍ୟୁକୁ ନେଇ ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ଏପରିକି ଶବ ବ୍ୟବଚ୍ଛେଦ ପରେ ଶାଶୁ ଘର ଲୋକ ତାର ଶବ ସତ୍କାର କରିବାକୁ ମନା କରିଦେଇଥିଲେ । ଏଥିପାଇଁ ରଶ୍ମିତାଙ୍କ ଘର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ନିକିତାମାଲ ଗାଁ ଲୋକ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । 

ଘଟଣା ପରେ ଅଧ୍ୟକ୍ଷାଙ୍କ ପରିବାର ଲୋକ ଫେରାର ରହିଛନ୍ତି । ତେବେ ଗଣେଶଙ୍କୁ ପୋଲିସ ଅଟକ ରଖିଛି । ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ଶିବନାଥପୁର ଗାଁରେ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଛି । 

  • Tags:

Subscribe

National International State Sports Entertainment