ଗୋଟିଏ ଦିନରେ ଜଳିଲା ପୁଣି ଯୌତୁକ ନିଆଁ, ଗର୍ଭବତୀ ବୋହୁକୁ ହତ୍ୟା
Khabar Odisha:pregenent-lady-killed-by-mother-in-laws

ଯାଜପୁର, ଡିସେମ୍ବର ୨(ଖବର ଓଡିଶା): କେନ୍ଦ୍ରାପଡ଼ା ପରେ ପୁଣି ଥରେ ଆଜି ଗୋଟିଏ ଦିନରେ ଆଉ ଗୋଟିଏ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ ଆସିଛି । ଯାଜପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ହାବେଳୀ ବଜାରରେ ଏହି ଅଭାବନୀୟ କାଣ୍ଡ ହୋଇଛି । ଯୌତୁକ ପାଇଁ ଶାଶୂ ଘର ଲୋକେ ଗର୍ଭବତୀ ବୋହୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତ ବୋହୁ ସୁଚିସ୍ମିତା ସାହୁ । 

ଟାଉନ ଥାନା ଅର୍ନ୍ତଗତ ହାବେଳୀ ବଜାରର ଅନିରୁଦ୍ଧ ସାହୁଙ୍କୁ ପ୍ରେମ ବିବାହ କରିଥିଲେ ସୁଚିସ୍ମିତା ସାହୁ । ୭ ମାସ ପୂର୍ବେ ପରିବାର ଲୋକଙ୍କ ବିରୋଧରେ ଯାଇ ଉଭୟ ପ୍ରେମ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ କେଇଟା ଦିନ ପରେ ଆରମ୍ଭ ହୋଇଯାଇଥିଲା ଶାଶୂ ଘର ଲୋକଙ୍କ ଯୌତୁକ ନିର୍ଯ୍ୟାତନା । ଏହା ମଧ୍ୟରେ ସୁଚିସ୍ମିତା ୫ ମାସର ଗର୍ଭବତୀ ଥିଲେ, ତଥାପି ଶାଶୂ ଘର ଲୋକଙ୍କ ଅତ୍ୟାଚାର କମି ନ ଥିଲା । ଦିନକୁ ଦିନ ନିର୍ଯାତନା ବଢିବାରେ ଲାଗିଥିଲା । ଗତ କାଲି ରାତିରେ ସୁଚିସ୍ମିତାଙ୍କୁ ଶାଶୂ ଘର ଲୋକେ କିରୋସିନି ଢ଼ାଳି ପୋଡ଼ି ମାରି ଦେଇଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ସୁଚିସ୍ମିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଶାଶୂ ଘର ଲୋକଙ୍କୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ଟାଉନ ଥାନା ପୋଲିସ । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବାଲିସୁଆଁ ଗ୍ରାମରେ ଯୌତୁକ ପାଇଁ ବୋହୁକୁ ଶାଶୁ ଓ ତିନି ନଣନ୍ଦ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି । 

Subscribe

National International State Sports Entertainment