ମାତୃତ୍ୱ ଛୁଟି ନେଇ ବଡ଼ ଘୋଷଣା: ୭ ସପ୍ତାହର ରାଶି କମ୍ପାନୀକୁ ଦେବେ ସରକାର
Khabar Odisha:Women-on-maternity-leave-to-be-paid-50-percent-salary-of-14-weeks

ନୂଆଦିଲ୍ଲୀ, ନଭେମ୍ବର ୧୭ (ଖବର ଓଡ଼ିଶା): ମହିଳା କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏବେ ମହିଳାଙ୍କୁ ମିଳୁଥିବା ମାତୃତ୍ୱ ଛୁଟିର ୭ ସପ୍ତାହର ଦରମା କମ୍ପାନୀକୁ ଫେରାଇବେ । କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ କହିଛି ୧୫ ହଜାର ଟଙ୍କାରୁ ଅଧିକ ମାସିକ ଦରମା ପାଉଥିବା ମହିଳାକୁ ମିଳୁଥିବା ମାତୃତ୍ୱ ଅବକାଶର ୭ ସପ୍ତାହର ଦରମା ସରକାର କମ୍ପାନୀକୁ ଫେରାଇବେ । ମାତୃତ୍ୱ ଅବକାଶ ୧୨ ସପ୍ତାହରୁ ବଢ଼ାଇ ୨୬ ସପ୍ତାହ କରାଯାଉ ବୋଲି ଦାବି ହେଉଥିବା ବେଳେ ସରକାରଙ୍କ ତରଫରୁ ଏହି ଘୋଷଣା କରାଯାଇଛି । କାରଣ କମ୍ପାନୀମାନେ ଗର୍ଭବତୀ ମହିଳାଙ୍କୁ ଚାକିରୀ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । 

ଅଭିଯୋଗ ହେଉଛି ଯେ, କିଛି କମ୍ପାନୀ ଗର୍ଭବତୀ ମହିଳାଙ୍କୁ ଚାକିରୀ ଦେବାକୁ ଆଗ୍ରହ ପ୍ରକାଶ କରୁ ନଥିବା ବେଳେ କିଛି କମ୍ପାନୀ ମହିଳା କର୍ମଚାରୀଙ୍କୁ ବାହାର କରୁଛି । ସରକାରୀ ଏବଂ ଘରୋଇ କମ୍ପାନୀରେ କାମ କାର୍ଯ୍ୟରତ ମହିଳାଙ୍କ ପାଇଁ ସରକାରଙ୍କ ଏହି ଘୋଷଣା କାମରେ ଆସିବ । ମହିଳା ଏବଂ ଶିଶୁ ବିକାଶ ବିଭାଗ ସଚିବ ରାକେଶ ଶ୍ରୀବାସ୍ତବ କହିଛନ୍ତି, ଶ୍ରମ କଲ୍ୟାଣ ଉପକରରେ ଥିବା ରାଶି କମ୍ପାନୀମାନଙ୍କୁ ଦିଆଯିବ ।  

କେନ୍ଦ୍ର ସରକାରଙ୍କ ଘୋଷଣାରୁ ୧୫ ହଜାର ଟଙ୍କାରୁ ଅଧିକ ମାସିକ ଦରମା ପାଉଥିବା ମହିଳା କର୍ମଚାରୀ ଉପକୃତ ହେବେ । ଶ୍ରମ ମନ୍ତ୍ରାଳୟଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । 

 

  • Tags:

Subscribe

National International State Sports Entertainment