ସାମ୍ନାକୁ ଆସିଲା ଜଣେ ଶିକ୍ଷୟତ୍ରୀଙ୍କ ନିଷ୍ଠା, ରିକ୍ସାବାଲା ପୁଅକୁ କରାଇଛନ୍ତି ଆଇଏଏସ
Khabar Odisha:This-teacher-support-to-rick-show-pullers-son-to-became-IAS
ବାରାଣସୀ, ସେପ୍ଟେମ୍ବର ୦୧(ଖବର ଓଡ଼ିଶା) :

ବୃହଦାରଣ୍ୟ ଉପନିଷେଦରେ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରାଯାଇ କୁହାଯାଇଛି ଅସତୋ ମା ସଦଗମୟ, ତମସୋ ମା ଜ୍ୟୋତିର୍ଗମୟ ... । ଅନ୍ଧାରକୁ ଦୂର କରି ଆଲୋକ ପ୍ରକାଶ କର । ବ୍ୟକ୍ତି ଓ ସମାଜର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଠିକ୍ ଏହି ପରି । ଏଭଳି ଜଣେ ଶିକ୍ଷକଙ୍କୁ ନେଇ ବାରାଣସୀରେ ଏବେ ଚର୍ଚ୍ଚା ଜୋର ଧରିଛି ।

ବାରାଣସୀର ଗୋବିନ୍ଦ ଆଜି ଗୋଆରେ ଆଇଏଏସ ଭାବେ ଉଚ୍ଚ ପଦବୀରେ ଅବସ୍ଥାପିତ । ତାଙ୍କ ପିତା ରିକ୍ସା ଚଳାଇବା ଛାଡ଼ି ଦେଇଛନ୍ତି । କେବଳ ପରିବାର ନୁହେଁ ତାଙ୍କର ପୀଢି ଦାରିଦ୍ର୍ୟର ଘନ ଅନ୍ଧକାର ମଧ୍ୟରୁ ମୁକ୍ତି ପାଇପାଇଛନ୍ତି । ଜଣେ ସମର୍ପିତ ଶିକ୍ଷୟତ୍ରୀ ସଂଗୀତା ଶ୍ରୀବାସ୍ତବଙ୍କ ନିଷ୍ଠା ଓ ସମର୍ପିତ ସେବା ଯୋଗୁଁ ଗୋବିନ୍ଦଙ୍କ ଜୀବନରେ ଆସିଛି ବଡ଼ ପରିବର୍ତ୍ତନ ।

ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋବିନ୍ଦ ଏବେ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ବିଭାଗର ସଚିବ ଦାୟିତ୍ୱରେ । ତାଙ୍କୁ ଏହି ଯାଗାରେ ପହଂଚାଇବା ଦିଗରେ ବନାରସ ହରିଶ୍ଚନ୍ଦ୍ର ଡ଼ିଗ୍ରୀ କଲେଜର ଅଧ୍ୟାପିକା ଡ଼ା ସଂଗୀତା ଶ୍ରୀବାସ୍ତବଙ୍କ ଉଲ୍ଲେଖନୀୟ ଯୋଗଦାନ । ସେ ଅତିରିକ୍ତ ସମୟ ଦେଇ ପଢାଇଛନ୍ତି । ଆର୍ଥିକ ସହାୟତା ଯୋଗାଇଛନ୍ତି । ପ୍ରତିଦ୍ୱନ୍ଦୀତାରେ ଆଗକୁ ଯିବା ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରାଇ ଦେଇଛନ୍ତି । ଯାହାର ପରିମାଣ ଏବେ ସାମ୍ନାକୁ ଆସିଛି । ଆଇଏଏସ ଗୋବିନ୍ଦ ଜୟସ୍ୱେୱାଲ ନିଜର ଏହି ବଡ଼ ସଫଳତାର ଶ୍ରେୟ ଏହି ଗୁରୁଙ୍କୁ ଦେଇଥାନ୍ତି ।

  • Tags:

Subscribe

National International State Sports Entertainment