ମା ସରଣି ପାଟ ଠାକୁରାଣୀ ତାଙ୍କର ମହିମା କାହିଁ କେତେ ଦୂର କୋଷ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବିଯେନଗର ଗ୍ରାମରେ ମାଁଙ୍କ ଆସ୍ଥାନ। ଆରମ୍ଭ ହୋଇଯାଇଛି ମାଁଙ୍କର ଚଇତ୍ର ମାସ ଶୁକ୍ଲ ପକ୍ଷ ତିଥି ପୂର୍ଣ୍ଣିମା । ତେବେ ଏହି ଠାକୁରାଣୀ ଯାତ୍ରା ତିନି ଦିନ ଧରି ଚାଲିବ । ଠାକୁରାଣୀ ଯାତ୍ରା ପାଇଁ ମାଙ୍କୁ ଦଖିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଗ୍ରାମ ପରିକ୍ରମା କରି ମାଆ ସରଣିପlଟ ଠାକୁରାଣୀ ପୂଜା ପାଆନ୍ତି। ଅନ୍ୟ ପକ୍ଷରେ ପରିକ୍ରମା ସମୟରେ ଅନୁଗୋଳ ଜିଲ୍ଲାର ପଲହଡl ନୂଆ ଗାଁର ଘଣ୍ଟ ଓ ବାଦ୍ୟ ବଜାଇ ମାଁ ଙ୍କର ପରିକ୍ରମା କରାଇଥିଲେ। ପୂଜା ସ୍ଥଳୀରେ ମିନା ବଜାର ଖାଇବା ଷ୍ଟଲ ମନୋରଞ୍ଜନ ପାଇଁ ଅପେରା ମଧ୍ଯ ଅନୁଷ୍ଠିତ ହୋଇଛି ।
ଅଧିକା ପଢନ୍ତୁ: ଭୋଜୀ ଖାଇ ୫୦ଜଣ ଅସୁସ୍ଥ