ବ୍ରହ୍ମପୁରରେ ଘଟିଛି ଏକ ଲଜ୍ଜ୍ୟା ଜନକ ଘଟଣା । ଜଣେ ଯୁକ୍ତ ଦୁଇ ଛାତ୍ରୀ ହୋଇଛନ୍ତି ଗଣଦୁଷ୍କର୍ମର ଶିକାର । ଏପରି ଏକ ଘଟଣା ବ୍ରହ୍ମପୁରରେ ଘଟିଛି । ସୂଚନା ଅନୁସାରେ, ବ୍ରହ୍ମପୁରରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୩ ଦିନ ପୂର୍ବରୁ ଛାତ୍ରୀ ଜଣକ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କର ଆଉ ପୁରୁଷ ବନ୍ଧୁମାନେ ଥିଲେ । ସେମାନେ ଛାତ୍ରୀ ଜଣଙ୍କୁ କିଛି ପିଇବା ପାଇଁ ଦେଇଥିଲେ ଯାହାଫଳରେ ଛାତ୍ରୀ ଜଣଙ୍କ ସେଠାରେ ହିଁ ଅଚେତ ଅବସ୍ଥାରେ ପଡିଯାଇଥିଲେ । ତା ପରେ ପ୍ରାୟ ୮ ଜଣ ଛାତ୍ରୀ ଜଣଙ୍କୁ ଗଣଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତା ଛାତ୍ରୀ ଅଭିଯୋଗ କରିଛନ୍ତି । ଏ ନେଇ ବୈଦ୍ୟନାଥ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି କରିବା ସହିତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଆଗକୁ ପଢ଼ନ୍ତୁ : ନିଟ ପରୀକ୍ଷାରେ ୩ ନକଲି ପରୀକ୍ଷାର୍ଥୀ ଗିରଫ