ନୋ ଫ୍ଲାଇଙ୍ଗ ଜୋନ୍‌ ହେବ ନାହିଁ ପୁରୀ ବଡ଼ଦାଣ୍ଡ
Khabar Odisha:Civil-Aviation-Ministry-rejecting-to-declare-Puri-Bada-Danda
ପୁରୀ, ଜୁଲାଇ ୧୨(ଖବର ଓଡ଼ିଶା):

ରଥ ଯାତ୍ରା ପାଇଁ ପୁରୀ ବଡଦାଣ୍ଡକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରିବା ଆବେଦନ ଅଗ୍ରାହ୍ୟ ହୋଇଛି । ଏହା ଏକ ଇଂଟରନ୍ୟାସନାଲ ଫ୍ଲାଇଙ୍ଗ ରୁଟ ହୋଇଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହାକୁ ଅଗ୍ରାହ୍ୟ କରିଛି । ଏ ନେଇ ଏଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । 

ରଥ ଯାତ୍ରା ସମୟରେ ପୁରୀ ବଡ଼ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ସେଥିପାଇଁ ପୁରୀ ବଡ଼ ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରିବାକୁ ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ । ମାତ୍ର ଏଠାରେ ବିମାନଗୁଡିକ ୩୫ ହଜାର ଫୁଟ ଉପରେ ଉଡୁଥିବାରୁ କୌଣସି ବିପଦର ଆଶଙ୍କା ନାହିଁ । ବିମାନଗୁଡିକ ୧୦ ହଜାର ଫୁଟ ଉପରକୁ ଆସିଲେ ସିଗ୍ନାଲ ଦେବାର ବ୍ୟବସ୍ଥା କରାଯିବା ନେଇ ଏଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment