Google Doodle: ଉଲକାର ବର୍ଷାରେ ଆଜି ଝଲସିବ ଆକାଶ, ଖାଲି ଆଖିରେ ଦେଖିହେବ ଏହି ଦୃଶ୍ୟ
Khabar Odisha:today-geminids-shower-is-going-to--happen-in-sky-google-doodle
ନୂଆ ଦିଲ୍ଳୀ,ଡିସେମ୍ବର ୧୩ (ଖବର ଓଡ଼ିଶା):

 ଆଜି ହେବାକୁ ଥିବା ଉଲକା ପିଣ୍ଡ ବର୍ଷା(ଜେମିନିଡ୍ ମିଟିଅର୍ ଶାୱର)କୁ ଗୁଗୁଲ ନିଜ ହୋମ ପେଜରେ ଡ଼ୁଡ଼ୁଲ କରିଛି।  ଉଲକାପିଣ୍ଡ ଏକ ଜ୍ୟୋର୍ତିବିଜ୍ଞାନ ସମ୍ବନ୍ଧିୟ ଘଟଣା ଅଟେ ଓ ସମସ୍ତେ ଏହାକୁ ଉପଭୋଗ କରନ୍ତି । ଆକାଶରେ ଜେମିନିଡସଙ୍କ କାରଣରୁ ଆଗାମୀ କିଛି ରାତି ଗୁଡ଼ିକରେ ଆକାଶରେ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିବ । ଏହି ଅଦ୍ଭୂତପୂର୍ବ ଦୃଶ୍ୟ କୌଣସି ଆତସବାଜି ଠାରୁ ମଧ୍ୟ କମ ନୁହେଁ।      

କହି ରଖୁଛୁ ଯେ, ଏହି ଜେମିନିଡ୍ସ ଘଣ୍ଟା ପ୍ରତି ୭୮୦୦୦ ମିଲି ବେଗରେ ଅକାଶରେ ଦେଖାଯିବ । ଏଥିରେ କୌଣସି କ୍ଷତି ହେବ ନାହିଁ।   ଲୋକମାନେ ନିର୍ଭୟରେ ଏହାକୁ ଖାଲି ଆଖିରେ ଦେଖିପାରିବେ। ନକ୍ଷେତ୍ରପୁଞ୍ଜ ବା ଉଲକାପାତ ଏକ କ୍ଷୁଦ୍ର ଗ୍ରହରୁ ସୃଷ୍ଟି ହୁଅନ୍ତି । ଏହି କ୍ଷୁଦ୍ର ଗ୍ରହଟି ୩୨୦୦ ଫାଇଥନ ନାମରେ ପରିଚିତ। ଯାହା ୫୨୩ ଦିନରେ ଥରେ ପୃଥିବୀର ସବୁଠାରୁ ନିକଟତର ହୁଏ। ସୂର୍ଯ୍ୟଙ୍କ ନିକଟରେ ଗତି କରିବାରୁ ଏହାର ତାପମାତ୍ରା ୮୦୦ ଡ଼ିଗ୍ରୀରେ ଗତିକରେ ଓ ଏଥିରୁ ଏକ ପ୍ରକାର ପଦାର୍ଥ ବାହାରେ। ଏମାନେ ସାଧାରଣତଃ ବରଫ, ଧୂଳି ଓ ପଥରରୁ ତିଆରି ହୋଇଥାନ୍ତି ।

ଆଜି ହେବାକୁ ଥିବା ଉଲକା ପିଣ୍ଡକୁ ଦେଖିବାକୁ କୌଣସି ଟେଲିସ୍କୋପ କିମ୍ବା ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ନାହିଁ । ରାତି ୯ଟାରେ ଏହାକୁ ଖାଲି ଆଖିରେ ଦେଖିହେବ। ରାତି ପାଖାପାଖି ୧୨ଟା  ସମୟରେ ଘଣ୍ଟା ପ୍ରତି ୧୨୦ଟି ଉଲକା ଦେଖାଯାଇପାରେ ।

Subscribe

National International State Sports Entertainment