ସଫଳତା ପାଇବା ପାଇଁ କିଛି ସହଜ ଉପାୟ
Khabar Odisha:success-and-vastu-shastra
ଭୁବନେଶ୍ୱର, ନଭେମ୍ବର ୧୧୩, (ଖବର ଓଡିଶା)

ସମସ୍ତେ ନିଜ କ୍ୟାରିୟରକୁ ନେଇ ଚିନ୍ତିତ ଥାଆନ୍ତି । କ୍ୟାରିୟରରେ ସଫଳତା ପାଇବାର ସମସ୍ତଙ୍କର ଇଚ୍ଛାଥାଏ । ବେଳେ ବେଳ ଅନେକ ସମୟରେ ପରିଶ୍ରମ କରୁଥିଲେ ମଧ୍ୟ ଆଶନୁରୂପ ସଫଳତା ମିଳିନଥାଏ । ତେବେ ଏହି ସବୁ ଉୟାୟ ଅବଲମ୍ବନ କଲେ ନିଶ୍ଚିତ ମିଳବ ସଫଳତା

ସରସ୍ୱତୀଙ୍କ ମୂର୍ତି ଓ ଫଟୋ

ଦେବୀ ସାସ୍ୱତୀଙ୍କୁ ବିଦ୍ୟାର ଦେବୀ କୁହାଯାଏ ।  ଏହି ଦେବୀଙ୍କ ମୂର୍ତିକୁ ଘରେ ରଖିବା ଓ ପୂଜା କରିବା ଫଳରେ ଜୀବନରେ ସଫଳତା ମିଳିଥାଏ ଓ ଉନ୍ନତି ଘଟିଥାଏ ।

ପଦ୍ମଫୁଲ- ପ୍ରତିଦିନ ପୂଜାରେ ଅନ୍ୟ ଫୁଲ ସହିତ ପଦ୍ମଫୁଲ ପୂଜା କରନ୍ତୁ । ମନ୍ଦିରରେ ପ୍ରତିଦିନ ତାଜା ପଦ୍ମଫୁଲ ରଖନ୍ତୁ । ଏହା ଦ୍ୱାରା ଘରର ବାତାବରଣରେ ସକାରତ୍ମକ ଶକ୍ତି ରହିବ । ଯାହାକି ଏହା ଆପଣଙ୍କ ଲକ୍ଷ୍ୟ ପୂରଣ କରିବାର ସହାୟକ ହେବ ।

ବୀଣା – ଦେବୀ ସରସ୍ୱତୀଙ୍କ ସବୁଠାରୁ ପ୍ରିୟ ହେଉଛି ବୀଣା  । ସେଥିପାଇଁ ବୀଣାକୁ ଅତି ପବିତ୍ର କୁହାଯାଏ । ଏହାକୁ ଘରେ ରଖିବା ଫଳରେ ସୁଖ ଶାନ୍ତିର ମାହୋଲ ସୃଷ୍ଟି ହୋଇଥାଏ । ଏହା ଫଳରେ ରଚନାତ୍ମକ ଶକ୍ତି ବଡିଥାଏ । ବୀଣାରୁ ସୃଷ୍ଟି ହେଉଥିବା ଶଦ୍ଦ ମନରେ ଶକ୍ତି ଭରି ଦେଇଥାଏ ।

ହଂସ ଚିତ୍ର- ହଂସ ହେଉଛି ଦେବୀ ସରସ୍ୱତୀଙ୍କ ବାହାନ, ଏହି କାରଣରୁ ହଂସକୁ ଶୁଭ ମାନିଥାନ୍ତି । ତେଣୁ  ହଂସର ଛବି ବା ଶୋ’-ଫିସ ଘରର ଏପରି ସ୍ଥାନରେ ରଖିବା ଉଚିତ୍ ଯେ ଯେଉଁଠି ସମସ୍ତଙ୍କ ନଜର ପଡିବ ।

ମୟୁର ପୁଚ୍ଛ- ମୟୁର ପୁଚ୍ଛ କୃର୍ଷ୍ଣ ଓ କାର୍ତିକେୟଙ୍କ ଅତି ପ୍ରିୟ । ଏହାକୁ ଘଣେ ରଖିବା ବହୁତ ଶୁଭ । ମୟୁର ପୁଚ୍ଛକୁ ଘର ବା ମନ୍ଦିର କିମ୍ବା ପିଲାଙ୍କ ପଢାଘରେ ରଖିବା ଉଚିତ୍ । ଏହା ଘରର ନକରାତ୍ମକ ଶକ୍ତିକୁ ଦୂର କରେ ।

Subscribe

National International State Sports Entertainment