ଫିଟ ରହିବା ପାଇଁ ପ୍ରତିଦିନ ପିଅନ୍ତୁ କଫି
Khabar Odisha:benefits-of-coffee
ଭୁବନେଶ୍ୱର, ଅକ୍ଟୋବର ୩୦, (ଖବର ଓଡିଶା)

ଶୀତ ଦିନେ ସନ୍ଧ୍ୟା ବେଳେ କଫିର ସ୍ୱାଦ ଟିକେ ନିଆରା । କଫି ଖାଲି ସ୍ୱାଦ ପାଇଁ ପିଆଯାଏ ନାହିଁ ଏହାର ଅଛି ଅନେକ ଉପକାରୀତା କଫିରେ ଏପରି ବହୁ ଗୁଣ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ। । କଫିରେ ବେଶ ଅଧିକ ଆଣ୍ଟି ଅକ୍ସିଡେଣ୍ଟ ଏବଂ ସକ୍ରିୟ ଯୌଗିକ ପଦାର୍ଥ ରହିଛି । କଫି ପିଇବା ଦ୍ବାରା ଲିଭରଗତ ସମସ୍ୟା କମିଯାଇଥାଏ, ଏହା ମଧୁମେହକୁ ନିୟନ୍ତ୍ରଣରେ ରଖିଥାଏ । ସ୍ନାୟୁଗତ ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥଏ କଫି ।

ତେବେ ଦୈନିକ ୫୦୦ ରୁ ୬୦୦ ମିଲିଗ୍ରାମ କାଫେନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ଏହା ଆମର ସ୍ନାୟୁତନ୍ତ୍ରିଗୁଡିକୁ ଭାରାକ୍ରାନ୍ତ କରିଥାଏ । ଯାହାଫଳରେ ଅନିଦ୍ରା, ଚିଡଚିଡ଼ ହେବା, ପେଟ ବିନ୍ଧା, ଅନିଶ୍ଚିତତା, ଛୋଟ ଛୋଟ କଥାରେ ଅଧୀର ହୋଇପଡିବା, ମାଂସପେଶୀ କମ୍ପନ ହେବା ଭଳି ସମସ୍ୟା ଦେଖାଦେଇଥାଏ । ତେବେ ପ୍ରତ୍ୟେକ ମଣିଷ ଭିତରେ ଏହାର ଅଲଗା ଅଲଗା ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ ।

କଫିରେ ଅତ୍ୟଧିକ ପରିମାଣର ଚିନି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ବ୍ଲାକ କଫି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ସକାଳୁ ସକାଳୁ ବ୍ଲାକ କଫି ପିଇଲେ ମେଦ ହ୍ରାସ ପାଇଥାଏ ।ବ୍ଲାକ କଫି ଓଜନ ହ୍ରାସରେ ସହାୟକ ହୋଇଥାଏ । 

କଫିରେ ଉପଯୁକ୍ତ ପରିମାଣର କେଫିନ ରହିଛି । ପ୍ରତ୍ୟେକ କପ କଫିରେ ୮୦ ରୁ ୧୨୦ ମିଲିଗ୍ରାମ କେଫିନ ରହିଥାଏ । ଦୈନିକ ୪୦୦ ମିଲିଗ୍ରାମ କାଫେନ ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ।

Subscribe

National International State Sports Entertainment