ଯୁବତୀଙ୍କୁ ମାଡ ମାରିବା ମାମଲାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଉ : ରାଜନାଥ ସିଂହ
Khabar Odisha:rajnath-singh-instructed-delhi-police-commissioner-for-take-relevant-action-in-delhi-girl-beaten-case
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡିଶା) :

ଦିଲ୍ଲୀର ଜଣେ ଯୁବତୀଙ୍କୁ ମାଡମାରିବା ଘଟଣାରେ ଗୃହମନ୍ତ୍ରୀ ରାଜନାଥ ସିଂହ ଗମ୍ଭୀର ହୋଇଛନ୍ତି । ସେ ଆଜି ଟ୍ୱିଟ କରି ଲେଖିଛନ୍ତି ଯେ, ଦିଲ୍ଲୀର ତିଳକ ନଗରରେ ଜଣେ ଯୁବତୀଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରିବା ଘଟଣା ତାଙ୍କ ନଜରକୁ ଆସିଛି । ଏନେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସେ ଦିଲ୍ଲୀ ପୁଲିସ କମିଶନରଙ୍କ ସହ କଥା ହୋଇଛନ୍ତି । 

ସୂଚନାନୁଯାୟୀ, ଉତମ ନଗର ଅଂଚଳରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ଏକ କଲ ସେଂଟର ଅଫିସରେ ମାଡ ମାରିଥିଲେ ଏବଂ ପରେ ସେହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓରେ ନଜର ଆସିଥିବା ଯୁବକ ଜଣକଙ୍କ ନାମ ରୋହିତ । ସେ ଯୁବତୀଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ଯୁବତୀ ବିବାହ ପାଇଁ ମନା କରିଥିବା କାରଣରୁ ସେ ତାଙ୍କୁ ପିଟିଥିଲେ । 

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣକ ତିଳକ ନଗର ଥାନାରେ ଏଫଆଇଆର ରୁଜୁ କରିଥିଲେ । ପୀଡିତାଙ୍କ କହିବା ଅନୁଯାୟୀ, ରୋହିତ ନାମକ ଜଣେ ଯୁବକ ତାଙ୍କୁ ଏହି ଭିଡିଓ ପଠାଇଥିଲେ ଏବଂ ତାଙ୍କ କଥା ନମାନିଲେ ଆଗକୁ ତାଙ୍କ ସହ ଏମିତି କରିବେ ବୋଲି ଧମକ ଦେଇଥିଲା । ପୀଡିତା ଯୁବତୀ ଏବଂ ସଂପୃକ୍ତ ଯୁବକଙ୍କ ମଧ୍ୟରେ ପୂର୍ବରୁ ବ୍ରେକଅପ ହୋଇ ସାରିଥିଲା । ଏବେ ଯୁବତୀ ଜଣକ ତାଙ୍କ ସହ ଦେଖା କରିବାକୁ ଚାହୁଁ ନଥିଲେ । ତେବେ ପୁଲିସ ଏନେଇ ଛାନବିନ୍ ଆରମ୍ଭ କରିଥିବାର ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment