ମନା ଯାଇପାରେ କେସିଆରଙ୍କ ସର୍ତ୍ତ, ତେଲଙ୍ଗାନା ସମେତ ପାଞ୍ଚଟି ରାଜ୍ୟରେ ଏକ ସଙ୍ଗେ ହୋଇପାରେ ନିର୍ବାଚନ
Khabar Odisha:election-commission-can-contest-assembly-elections-in-five-states-simultaneously
ନୂଆଦିଲ୍ଲୀ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

 ଦେଶରେ ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ବିତର୍କ ଲାଗି ରହିବା ସହ କଳ୍ପନା ଜଳ୍ପନା ମଧ୍ୟ ଜାରି ରହିଛି। ଏହି କ୍ରମରେ ନିର୍ବାଚନ ଆୟୋଗ ମଧ୍ୟ ପ୍ରଦେଶ, ମିଜୋରମ, ରାଜସ୍ଥାନ, ଛତିଶଗଡ ଓ ତେଲଙ୍ଗାନାରେ ବିଧାନସଭାକୁ  ଏକ ସଙ୍ଗେ କରାଯିବା ସମ୍ଭାବନା ଉପରେ ବିଚାର କରୁଛନ୍ତି। ନିର୍ବାଚନ ପ୍ରକ୍ରିୟା ଡିସେମ୍ବରର ଦ୍ଵିତୀୟ ସପ୍ତାହ ପର‌୍ୟ୍ୟନ୍ତ ପୂରା ହୋଇପାରେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। 

ନିର୍ବାଚନ ଆୟୋଗର  ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ଯେ ପୁରୁଣା ନିର୍ବାଚନୀ କାର‌୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ଛତିଶଗଡରେ ଦୁଇଟି ପର‌୍ୟ୍ୟାୟରେ ମତଦାନ ହୋଇପାରେ ଏବଂ ଅନ୍ୟ ରାଜ୍ୟରେ ଗୋଟିଏ ପର‌୍ୟ୍ୟାୟରେ ମତଦାନ ହୋଇପାରେ।

ତେଲଙ୍ଗାନାରେ ବିଧାନସଭା ନିର୍ବାଚନ କରାଯିବା ପାଇଁ ପ୍ରସ୍ତୁତିକୁ ଜୋରଦାର କରି ନିର୍ବାଚନ ଆୟୋଗ ଶନିବାର ଘୋଷଣା କରିଥିଲେ ଯେ ଅକ୍ଟୋବର ୮ରେ ଅନ୍ତିମ ମତଦାନା ତାଲିକା ପ୍ରକାଶିତ ହେବ। କୁହାଯାଉଛି ଯେ ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରି ଆଗୁଆ ନିର୍ବାଚନ କରିବାକୁ ନେଇ ତେଲୁଗ ରାଷ୍ଟ୍ର ସମିତିର ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଦାବିକୁ ନିର୍ବାଚନ ଆୟୋଗ ଗ୍ରହଣ କରି ପାରନ୍ତି। 

ଅକ୍ଟୋବର ୮ରେ ଅନ୍ତିମ ମତଦାନ ସୂଚୀ ପ୍ରକାଶିତ କରାଯିବା ଯାହାର ଅର୍ଥ ଏହା ଯେ କୌଣସି ସମୟରେ ମଧ୍ୟ ନିର୍ବାଚନ ହୋଇପାରେ। ନୂତନ ମତଦାତା ତାଲିକା ସାମ୍ନାକୁ ଆସିବା ପରେ ଆୟୋଗ କାନୁନ ରୂପେ ନିର୍ବାଚନ କାର‌୍ୟ୍ୟକ୍ରମ ଘୋଷିତ କରିବା ପାଇଁ ପ୍ରସ୍ତୁତ ହେବେ। 

  • Tags:

Subscribe

National International State Sports Entertainment