୨୪ ଘଣ୍ଟା ପରେ ବି ଦିଲ୍ଲୀରେ ପ୍ରଦୂଷଣ ଅପରିବର୍ତ୍ତିତ, ଟ୍ରକ ପ୍ରବେଶକୁ ନିଷେଧ, ଡିଜେଲ ଗାଡିକୁ ସଙ୍କଟ
Khabar Odisha:delhi-pollution-is-in-severe-zone-continuously-trucks-entry-ban
ନୂଆଦିଲ୍ଲୀ, ନଭେମ୍ବର ୦୯(ଖବର ଓଡ଼ିଶା):

 ଦୀପାବଳିର ଦିନକ ପରେ ମଧ୍ୟ ଦିଲ୍ଲୀର ପ୍ରଦଷଣର ମାତ୍ରା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ ୨୬ ଘଣ୍ଟାରେ ପ୍ରଦୂଷଣର ମାତ୍ରା ଗମ୍ଭୀର ହୋଇଛି। ତେବେ ରାତି ୧୨ ପରେ ପ୍ରଦୂଷଣ ସ୍ୱଳ୍ପ ମାତ୍ରାରେ କମିଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ସହରରେ ପ୍ରବେଶ କରୁଥିବା ଟ୍ରକ ଚଳାଚଳ ଉପରେ ରୋକ ଲଗାଯାଇଛି। ସହରରେ ବିପଦପୂର୍ଣ୍ଣ ବାତାବରଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ଦିଲ୍ଲୀ-ଏନସିଆରରେ ଶୁକ୍ରବାର ସକାଳେ ଚାରିଆଡେ ଧୂଆଁ ବ୍ୟାପିଯାଇଥିଲା। ଫଳସ୍ୱରୂପ ସର୍ବତ୍ର ଅନ୍ଧକାର ଦେଖାଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।     

ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୂଚନାକ୍ରମେ, ଗୁରୁବାର ରାତି ସିନ୍ଧୁ ସୀମାରେ ଭାରି ଏବଂ ମଧ୍ୟମ ଶ୍ରେଣୀ ଯାନଗୁଡିକର ଯାଞ୍ଚ କରାଯାଇଥିଲା ଏବଂ ଏହି ଶ୍ରେଣୀ ଗୁଡିକର ଗାଡି ଉପରେ ରୋକ ଲଗାଯିବା ସହ ଫେରାଇ ଦିଆଯାଇଥିଲା। ସବ୍ ଇନିସପେକ୍ଟର ରମେଶଙ୍କ କହିବାନୁଯାୟୀ, ଭାରି ଏବଂ ମଧ୍ୟମ ଶ୍ରେଣୀର ବାହାନଗୁଡିକ ମଧ୍ୟରେ ଫଳ, ପନିପରିବା, ଶସ୍ୟ ଏବଂ ଆବଶ୍ୟକିୟ ବସ୍ତୁ ନେଇଥିବା ଗାଡିକୁ ଦିଲ୍ଲୀରେ ପ୍ରବେଶ କରାଯିବାକୁ ଅନୁମତି ଦିଆଯାଇଥିଲା । ଅନ୍ୟଥା ଅନ୍ୟ ସମସ୍ତଗାଡିକୁ ଫେରାଇ ଦିଆଯାଇଥିଲା। ସେ କହିଛନ୍ତି ଯେ ୮ ନଭେମ୍ବର ରାତି ୧୧ଟାରୁ ୧୧ ନଭେମ୍ବର ରାତି ୧୧ଟା ଯାଏ ଦିଲ୍ଲୀରେ ପ୍ରବେଶ କରୁଥିବା ଟ୍ରକ ଉପରେ ନିଷିଧାଦେଶ ଜାରି କରାଯାଇଛି।  

ସେହିପରି ଶୁକ୍ରବାର ଦିଲ୍ଲୀର ଆନ୍ଦନବିହାର ବାୟୁ ମାତ୍ରା ଇଣ୍ଡେକ୍ସ ୫୮୫, ଆମେରିକା ଦୂତାବାସ ଅଞ୍ଚଳରେ ୪୬୭ ଏବଂ ଆରକେ ପୁରମରେ ୩୪୩ ରହିଥିଲା । ଏହି ସମସ୍ତ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅଥବା ଏଆଇକ୍ୟୁ ବିପଦପୂର୍ଣ୍ଣ ଶ୍ରେଣୀରେ ରହିଛି। ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ପର୍ଯ୍ୟାବରଣ ପ୍ରଦୂଷଣ (ରୋକଥାମ ଏବଂ ନିୟନ୍ତ୍ରଣ) ପ୍ରାଧାକରଣ ବା ଇପିସିଏ ଡିଜେଲ ଚାଳିତ ଯାନବାହାନ ଗୁଡିକୁ ତିନ ଦିନ ପର୍ଯ୍ୟନ୍ତ ଚଳାଚଳ ନକରିବା ପାଇଁ ଗାଡି ମାଲିକଙ୍କୁ ଅନୁରୋଧ କରିଛି ।      

Subscribe

National International State Sports Entertainment