ମନ୍ଦିରକୁ ପ୍ରବେଶ ଅନୁମତି ନମିଳିବାରୁ ଧର୍ମ ପରିବର୍ତ୍ତନ ଚେତାବନୀ ଦେଲେ ୫୦ ପରିବାର
Khabar Odisha:Dalit-families-in-Meeruts-Incholi-threaten-to-convert-religion

ମେରଠ, ଅକ୍ଟୋବର ୧୧ (ଖବର ଓଡ଼ିଶା): ସମଗ୍ର ଭାରତରେ ଏବେ ନବରାତ୍ରୀ ଚାଲିଛି । ଦେଶର ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସର୍ବତ୍ର ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ୫୦ ଅନୁସୂଚିତ ଜାତି ପରିବାରକୁ ମନ୍ଦିର ଭିତରକୁ ପ୍ରବେଶ ଦିଆଯାଇ ନାହିଁ । ଏଠାରେ ସବର୍ଣ୍ଣ ସଂପ୍ରଦାୟର ଲୋକମାନେ ଅସବର୍ଣ୍ଣ ସଂପ୍ରଦାୟର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ମନା କରିଛନ୍ତି ।

ମେରଠ ଜିଲ୍ଲାର ଇଞ୍ଚୋଲି ଠାରେ ୫୦ ପରିବାରର ସଦସ୍ୟ କାଳୀ ମନ୍ଦିରକୁ ପ୍ରବେଶ କରିପାରି ନାହାନ୍ତି । ଫଳରେ ସେମାନେ ତୀବ୍ର ବିରୋଧ କରିଛନ୍ତି । ରାଜକୁମାର ନାମରେ ଜଣେ ଯୁବକ କହିଛନ୍ତି, ଆମେ ହିନ୍ଦୁ ହୋଇଥିଲେ ମଧ୍ୟ ଯଦି ମନ୍ଦିର ପ୍ରବେଶ କରିବାକୁ ସୁଯୋଗ ଦିଆଯିବା ନାହିଁ, ତା’ହେଲେ ଆମେ ବାଧ୍ୟ ହୋଇ ଧର୍ମ ପରିବର୍ତ୍ତନ କରିବୁ ବୋଲି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ନିଜ ଧର୍ମର ଦେବୀ-ଦେବାତାକୁ ଦର୍ଶନ କରିବାକୁ ଦିଆ ନଯାଉଛି, ତା’ହେଲେ ଧର୍ମ ପରିବର୍ତ୍ତନ କରିବା ସବୁଠାରୁ ଭଲ । 

 

  • Tags:

Subscribe

National International State Sports Entertainment