ମୁମ୍ବାଇ: ମାଲଗାଡ଼ିର ୨ ବଗିରେ ଲାଗିଲା ନିଆଁ, ୧୨ଟି ଟ୍ରେନ ଚଳାଚଳ ପ୍ରଭାବିତ
Khabar Odisha:Two-wagons-of-train-catch-fire-in-Palghar-district-12-trains-cancelled

ମୁମ୍ବାଇ, ନଭେମ୍ବର ୦୯ (ଖବର ଓଡ଼ିଶା): ମୁମ୍ବାଇ ଡିଭିଜନର ପାଲଘର ଜିଲ୍ଲାର ଦହାଣୁ ରୋଡ ଷ୍ଟେସନ ନିକଟରେ ଗୁରୁବାର ରାତି ଏକ ମାଲଗାଡିର ୨ ବଗିରେ ନିଆଁ ଲାଗିବାରୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ୧୨ଟି ଟ୍ରେନର ଚଳାଚଳ ବାତିଲ କରି ଦିଆଯାଇଛି । ସେହିଭଳି ୧୦ଟି ଟ୍ରେନକୁ ମାର୍ଗ ପରିବର୍ତ୍ତନ କରାଯାଇଛି । 

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଦହାଣୁ ରୋଡ ଏବଂ ବନଗାଓ ରେଳ ଷ୍ଟେସନ ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗର କର୍ମଚାରୀ, ରେଳବାଇ ପୋଲିସ ଫୋର୍ସ ଏବଂ ସରକାରୀ ରେଳବାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶୁକ୍ରବାର ରାତି ୨ଟାରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି । ମୁୁମ୍ବାଇର ଉଭୟ ପାଶ୍ୱର୍ରେ ଟ୍ରେନ ସେବା ବାଧିତ ହୋଇଛି ବୋଲି ପଶ୍ଚିମ ରେଳବାଇର ଲୋକସଂପର୍କ ଅଧିକାରୀ କହିଛନ୍ତି । 

 

  • Tags:

Subscribe

National International State Sports Entertainment