ଏଲପିଜି ଦର ବୃଦ୍ଧି ଯୋଗୁଁ ଉଜ୍ଜ୍ୱଳା ଯୋଜନାରେ ସରକାର ବାଣ୍ଟିବେ ଇଣ୍ଡକସନ ଚୁଲି!
Khabar Odisha:Government-will-provide-Induction-stove-on-installments-between-rising-prices-of-LPG

ନୂଆଦିଲ୍ଲୀ, ଅକ୍ଟୋବର ୧୧ (ଖବର ଓଡ଼ିଶା): ରୋଷେଇ ଗ୍ୟାସ ଦର ବଢ଼ିବା ପରେ ସରକାର ଗରିବ ଲୋକଙ୍କୁ କମ ଟଙ୍କାରେ ଇଣ୍ଡକସନ ଚୁଲି ଦେବାକୁ ବିଚାର କରୁଛନ୍ତି । ଉଜ୍ଜ୍ୱଳା ଯୋଜନାରେ ସହଜ କିସ୍ତିରେ ଉପଭୋକ୍ତାଙ୍କୁ ଏହି ଇଣ୍ଡକସନ ଚୁଲି ବିତରଣ କରିପାରନ୍ତି । ଏହା ଦ୍ୱାରା ପ୍ରତ୍ୟେକ ପରିବାରର ବାର୍ଷିକ ୧୫୦୦ ଟଙ୍କା ଖର୍ଚ୍ଚ କମ ହେବ । ଇଣ୍ଡକସନ ଚୁଲି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିତରଣ କରାଯିବ । କିସ୍ତି ହିସାବରେ ଚୁଲି କିଣିବାକୁ ଥିବା ପରିବାର ପ୍ରତ୍ୟେକ ମାସ ବିଦ୍ୟୁତ ବିଲ କିସ୍ତି ଆଦାୟ କରିବାକୁ ପଡ଼ିବ । ଏନାର୍ଜୀ ଏଫିସିଏସନ ସର୍ଭିସେସ(ଇଇଏସଏଲ) ଇଣ୍ଡକସନ ଚୁଲି ପ୍ରସ୍ତାବ ବିଦ୍ୟୁତ ମନ୍ତ୍ରାଳୟକୁ ପଠାଇଛି । 

ଓିଙ୍ଗିଲ ଇଣ୍ଡକସନ ଚୁଲିର ମୂଲ୍ୟ ୮୦୦ ଟଙ୍କା ଓ ଡବଲ ଇଣ୍ଡକସନ ଚୁଲିର ଦର ୧୫୦୦ ଟଙ୍କା ହେବ । ସାଧାରଣ ପରିବାରରେ ଇଣ୍ଡକସନ ଚୁଲିରେ ରୋଷେଇ କଲେ ମାସିକ ପାଖାପାଖି ୧୦୦ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହେବ । କାରଣ ରୋସେଇ ଗ୍ୟାସ ପାଖାପାଖି ୨୨ରୁ ୨୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ବର୍ତ୍ତମାନ ଏଲପିଜି ଗ୍ୟାସ ଦର ୯୦୦ ଟଙ୍କା ଅତିକ୍ରମ କରିଥିବାରୁ ସରକାର ଇଣ୍ଡକସନ ଚୁଲା ବିତରଣକୁ ବିକଳ୍ପ ଭାବରେ ବାଛି ପାରନ୍ତି । କେନ୍ଦ୍ର ସରକାର ସୌଭାଗ୍ୟ ଯୋଜନାରେ ଚଳିତ ବର୍ଷ ଡିସେମ୍ବର ଶେଷ ବେଳକୁ ସବୁ ଘରକୁ ବିଦ୍ୟୁତ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ସେହିଭଳି ୨୦୨୨ ପୂର୍ବରୁ ସବୁ ଘରେ ୨୪ ଘଣ୍ଟା ବିଦ୍ୟୁତ ଉପଲବ୍ଧ କରିବାକୁ ଯୋଜନା କରୁଛନ୍ତି । 

 

  • Tags:

Subscribe

National International State Sports Entertainment