ସଂସଦରେ ଉଠିଲା ମିରଠର ଦଳିତ ଯୁବକକୁ ଭିଡ ଭିତରେ ହତ୍ୟା ଘଟଣା
Khabar Odisha:Dalit-Lynching-In-Meerut-Issue-Raised-In-Rajya-Sabha-By-Opposition
ନୂଆଦିଲ୍ଲୀ, ଅଗଷ୍ଟ ୧୦, (ଖବର ଓଡିଶା)

 ଭିଡ ଭିତରେ ହିଂସା ଘଟଣା ପୁଣି ଥରେ ସଂସଦରେ ଉଠିଛି । ଶୁକ୍ରବାର ବିପକ୍ଷ ଦଳ ଉତର ପ୍ରଦେଶର ମିରଠରେ ଦଳିତ ସଂମ୍ପ୍ରଦାୟର ଏକ ଯୁବକକୁ ଭିଡ ଭିତରେ ପିଟି ପିଟି ମାରିଦେବା ଘଟଣାକୁ ରାଜ୍ୟସଭାରେ ଉଠାଯାଇଛି । 

ସପାର ରାମଗୋପାଳ ଯାଦବ ଶୂନ୍ୟ କାଳରେ ଏହି ବିଷୟରେ ପ୍ରଶ୍ନ କରିଥିଲେ । “କାଲି ଯେତବେଳେ ଆମେ ଉଚ୍ଚ ସଦନରେ ଅନୁସୂଚିତ ଜାତି ଏବଂ ଜନଜାତି ବିଲ ପାରିତ କରିଥିଲେ । ଏହି ସମୟରେ ମିରଠରେ ଏକ ଦଳିତ ଯୁବକ ହତ୍ୟାର ଶିକାର ହୋଇଥିଲେ । 

ସେ କହିଛନ୍ତି କି ଘଟଣା ସମୟରେ ଉତର ପ୍ରଦେଶ ପୋଲିସର ଯବାନ ଏକ ସରକାରୀ ଆଦେଶ ଅନୁସାରେ କାଉଡିଆଙ୍କ ଉପରେ ପୁଷ୍ପ ବର୍ଷା କରିବାରେ ବ୍ୟସ୍ତ ଥିଲେ । 

ଯାଦବ ଏହାକୁ ଉତର ପ୍ରଦେଶର ଆଇନ ବ୍ୟବସ୍ଥାର ବିଫଳତାର ଜ୍ୱଳନ୍ତ ଉଦାହରଣ ଦେଇ କହିଛନ୍ତି କି, ପୁର୍ବ ସପା ସରକାର ସମୟରେ ସାଧାରଣ ଘଟଣାରେ ବି ପ୍ରଦେଶର ରାଜ୍ୟପାଳ ପଦକ୍ଷେପ ନେଉଥିଲେ କିନ୍ତୁ ଏବେ ଭିଡ ହିଂସା ଭଳି ଗମ୍ଭୀର ଘଟଣା ଗୁଡିକ ଉପରେ ଚୁପ ରହୁଛନ୍ତି । 

ସପା ନେତା କହିଛନ୍ତି କି ସଂସଦରେ ଦଳିତ ଉତ୍ପୀଡନର ଆଇନ ତିଆରି ହେଉଛି କିନ୍ତୁ ବାସ୍ତବିକତାରେ ଏହି ଆଇନ ପାଳିତ ହେଉନାହିଁ । 

  • Tags:

Subscribe

National International State Sports Entertainment