ବିପଦରେ ଐତିହ୍ୟ ସ୍ଥଳ: ରାଜସ୍ୱ ଅସୁଲି ହେଉଛି ଅଧିକ, ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କମ୍‌
Khabar Odisha:ASI-spent-huge-amount-on-making-its-luxury-office-in-Delhi

ନୂଆଦିଲ୍ଲୀ, ଜୁଲାଇ ୧୩ (ଖବର ଓଡ଼ିଶା): ଭାରତର ଅଧିକାଂଶ ଐତିହ୍ୟ ସ୍ଥଳ ବିପଦ ଅବସ୍ଥାରେ ଥିବା ବେଳେ ଭାରତୀୟ ପୁରାତନ ସର୍ବେକ୍ଷଣ ସଂସ୍ଥା ନିଜର କାର୍ଯ୍ୟାଳୟକୁ ବ୍ୟୟବହୁଳ ଖର୍ଚ୍ଚ କରି ବିଳାସମୟ ଭାବେ ନିର୍ମାଣ କରିଛି। ଦେଶର ୩୬୦୦ ସ୍ମାରକ ପୀଠର ରକ୍ଷଣାବେକ୍ଷଣ ପାଇଁ ବିଗତ ୨ ବର୍ଷରେ ଯେତେ ଟଙ୍କା ଖର୍ଚ୍ଚ କରିଛି, ତା’ଠାରୁ ଏଏସ୍‌ଆଇ କାର୍ଯ୍ୟାଳୟରେ ଖର୍ଚ୍ଚ ହୋଇଛି। ରିପୋର୍ଟ ଅନୁସାରେ ଏଏସ୍‌ଆଇ ବର୍ଷ ୨୦୧୬ରୁ ୩୦୫.୩ କୋଟି ଟଙ୍କା ନିଜର ମୁଖ୍ୟ କାର୍ଯ୍ୟାଳୟର ନିର୍ମାଣରେ ଖର୍ଚ୍ଚ କରିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବର୍ଷ ୨୦୧୭-୧୮ରେ ଜାତୀୟ ସୁରକ୍ଷା ଦିଗରେ ୩୬୮୬ ସଂରକ୍ଷିତ ସ୍ମାରକ ପୀଠ ପାଇଁ ଏଏସଆଇ ସମୁଦାୟ ୨୦୬ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଏସ୍‌ଆଇର କାର୍ଯ୍ୟାଳୟ ନିକଟରେ ଦିଲ୍ଲୀର ଜନପଥରୁ ତିଲକ ମାର୍ଗକୁ ସ୍ଥାନାନ୍ତରିତ ହୋଇଛି। 

ଏଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଏସ୍‌ଆଇର ପୁରୁଣା ଭବନକୁ ଜାତୀୟ ସଂଗ୍ରହାଳୟକୁ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଏଏସ୍‌ଆଇର ନୂଆ ଭବନକୁ ଉଦ୍‌ଘାଟନ କରିବାର କାର୍ଯ୍ୟାଳୟ ରହିଛି। ନୂଆ ଭବନ ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହା ପୁରୁଣା କୋଠା ସହିତ ତୁଳନା କରାଯିବା ଠିକ ନୁହେଁ। କାରଣ ନୂଆ ଭବନରେ ଗୋଟିଏ ଥର ଟଙ୍କା ଖର୍ଚ୍ଚ ହୋଇଛି। ସ୍ମାରକ ପୀଠ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଖର୍ଚ୍ଚ କରାଯିବ। 

ସ୍ମାରକ ସ୍ଥଳ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଦିନକୁ ଦିନ କମ୍‌ ଟଙ୍କା ଖର୍ଚ୍ଚ କରାଯାଉଛି। ଆର୍ଥିକ ବର୍ଷ ୨୦୧୪-୧୫ରେ  ଆଗ୍ରା ଜୋନ୍‌ରେ ପାଖାପାଖି ୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୭-୧୮ରେ ଏହା ୮.୫ କୋଟିରେ ପହଞ୍ଚିଛି। ଆଗ୍ରା ଜୋନରେ ତାଜମହଲ, ଆଗ୍ରା କିଲ୍ଲା ଓ ଫତେପୁର ସିକ୍ରି ବ୍ୟତୀତ ଅନ୍ୟ ୫ଟି ସ୍ମାରକ ପୀଠ ରହିଛି। ଚଳିତ ବର୍ଷ ଏହି ଜୋନରୁ ୮୮.୪୨ କୋଟି ଟଙ୍କା ରାଜସ୍ୱ ଅସୁଲି ହୋଇଛି। 

  • Tags:

Subscribe

National International State Sports Entertainment