ଓଡିଶାରୁ କେବେ ବିଦା ହେବେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ? ଭୋଟବ୍ୟାଙ୍କ ପାଇଁ ହେଉ ନାହାନ୍ତି କି ବିଦା ?
Khabar Odisha:Bangaldeshi-Migrants-Infiltration-Odisha

ଭୁବନେଶ୍ୱର, ୧ ଅଗଷ୍ଟ (ଖବର ଓଡିଶା)- ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ପଦାରେ ପଡୁଛି ନବୀନ ସରକାରଙ୍କ ଦୋମୁହାଁ ନୀତି । ଯାହାକୁ ନେଇ ଏବେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ରାଜନୀତି । ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ । ଦୁଇ ବିଭାଗର ତଥ୍ୟ ଭିନ୍ନଭିନ୍ନ ରହିବାକୁ ନେଇ ଏବେ ସାଧାରଣରେ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଏ ସବୁ ମଧ୍ୟରେ ସାଂସଦ ପ୍ରସନ୍ତ ଆଚାର୍ୟ୍ୟଙ୍କ ବୟାନ ଚର୍ଚ୍ଚାକୁ ଆସିଛି ।

ଗତକାଲି ରାଜ୍ୟସଭାରେ ବିଜୁ ଜନତା ଦଳର ରାଜ୍ୟସଭା ସଂସଦୀୟ ଦଳର ନେତା ପ୍ରସନ୍ନ ଆଚାର୍ୟ୍ୟ ରାଜ୍ୟସଭାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରିଙ୍କୁ ବିଦା କରିବା ପାଇଁ ସମସ୍ତ ପ୍ରୟାସ କରିବା ଦରକାର ବୋଲି କହିଛନ୍ତି । ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତିକି ଏହା ଏକ ଜାତୀୟ ସୁରକ୍ଷାର ପ୍ରସଙ୍ଗ ।

ହେଲେ ଓଡିଶାରେ ବାଙ୍ଗଲାଦେଶି ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ତାଙ୍କ ଦଳର ସରକାର ସତରେ ଚାହୁଁଛି କି ? ବାଙ୍ଗଲାଦେଶି ଅନୁପ୍ରବେଶକାରୀଙ୍କୁ ଆମ ରାଜ୍ୟରୁ କାଢିବା ପାଇଁ କିଏ ମନାକରିଛି ରାଜ୍ୟ ସରକାରଙ୍କୁ । କାହିଁକି ରାଜ୍ୟ ସରକାର ବାଙ୍ଗଲାଦେଶୀ ଅନୁପ୍ରବେଶ ମାନଙ୍କୁ ବାହାର କରୁନାହାନ୍ତି ଓଡିଶାରୁ ଏହା ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ସାଧାରଣ ଜନତାଙ୍କ ଆଗରେ ।

ଏପରିକି ଓଡିଶାରେ କେତେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ତାକୁ ନେଇ ମଧ୍ୟ ସରକାର ବିଧାନସଭାରେ ଦ୍ୱନ୍ଦାତ୍ମକ ତଥ୍ୟ ଦେଉଛନ୍ତି । ଗୃହ ବିଭାଗ ଏବଂ ରାଜସ୍ୱ ବିଭାଗ ତଥ୍ୟରେ ଅଛି ଆକାଶ ପାତାଳ ଫରକ ।

ରାଜସ୍ୱ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ୨୦୧୫-୧୬ ସୁଦ୍ଧା ରାଜ୍ୟରେ ୪୭,୨୮୯ ଜଣ ବାଙ୍ଗଲାଦେଶୀ ଅନୁପ୍ରବେଶ ଅଛନ୍ତି । ହେଲେ ଗୃହ ବିଭାଗ ଦେଇଥିବା ତଥ୍ୟାନୁସାରେ ରାଜ୍ୟରେ ଅଛନ୍ତି ମାତ୍ର ୩୮୩୭ ଜଣ ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀ ।  ତାହେଲେ କିଏ ଠିକ ରାଜସ୍ୱ ବିଭାଗ ନା ଗୃହ ବିଭାଗ ତାହା ମଧ୍ୟ ଏକ ବଡ ପ୍ରଶ୍ନ ।

ଏତ ହେଉଛି ସରକାର ହିସାବ ହେଲେ ବେସରକାରୀ ତଥ୍ୟଅନୁସାରେ ଓଡିଶାରେ ୧୦ ଲକ୍ଷରୁ ଅଧିକ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି । 

ଓଡିଶାର ସମୁଦାୟ ୩୦ଟି ଜିଲ୍ଲାରୁ ୨୮ଟି ଜିଲ୍ଲାରେ ଏବେ ବାଙ୍ଗଲାଦେଶି ଅନୁପ୍ରବେଶ କାରି ମାନେ । କେନ୍ଦ୍ରାପଡା, ଜଗତସିଂପୁର, ଏବଂ ନବରଙ୍ଗପୁରରେ ଅଛନ୍ତି ସର୍ବାଧୀକ । ରାଜ୍ୟର ଖଣି ଅଂଚଳ ଏବଂ ଶିଳ୍ପାଂଚଳ ସବୁଠି ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀ ମାନେ । ରାଉରକଲାରେ କେବଳ ଅଛନ୍ତି ୧୦ ହଜାରରୁ ଅଧିକ ଅନୁପ୍ରବେଶ କାରୀ ।

୨୦୦୧ ମସିହାରେ ୪୦୦୦ ବାଙ୍ଗଲାଦେଶିଙ୍କୁ ବିତାଡିତ କରାଯିବା ପାଇଁ ନିଷ୍ପତି ହୋଇଥିଲା । ବିଧାନସଭାରେ ଏକ ସର୍ବସମ୍ମତି ପ୍ରସ୍ତାବ ଗୃହିତ ହୋଇଥୀଲା ଓଡିଶାରେ ବାଙ୍ଗଲାଦେଶୀମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ହେଲେ ସେ ପ୍ରସ୍ତାବକୁ ରାଜ୍ୟ ସରକାର ଏବେଯାଏଁ କାର୍ୟ୍ୟକାରୀ ହୋଇପାରିଲା ନାହିଁ । 

ବିଧାନସଭାରେ ପୁର୍ଣ୍ଣ ବହୁମତ ଅଛି ବିଜୁ ଜନତା ଦଳର । ହେଲେ କାହିଁକି ରାଜ୍ୟ ସରକାର ବାଙ୍ଗଲାଦେଶିଙ୍କୁ ଓଡିଶାରୁ ଚିହ୍ନଟ କରି ବିଦା କରୁନାହାନ୍ତି ଏହା ଏକ ଚିନ୍ତାଜନକ ବିଷୟ । 

ଏହା ପଛରେ ରାଜନୈତିକ ଭୋଟ ବ୍ୟାଙ୍କ ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି । କେନ୍ଦ୍ରାପଡାର ମହାକାଳପଡାରେ ଅଛନ୍ତି ୩୦ ହଜାର ବାଙ୍ଗଲାଦେଶୀ ଭୋଟର । ଖାଲି ମହାକାଳପଡା ନୁହେଁ ରାଜନଗର, ଆଳି,  ନବରଙ୍ଗପୁର, ପାରାଦ୍ୱୀପର ଏରସମା, ତିର୍ତୋଲ ଏପରି ଅନେକ ନିର୍ବାଚନ ମଣ୍ଡଳିରେ ଏହି ବାଙ୍ଗଲାଦେଶି ଭୋଟର ମାନଙ୍କ ନିର୍ବାଚନ ଜିତିବା ହାରିବା ରେ ଗୋଟିଏ ବଡ ଭୁମିକା ଅଛି ।

ଜାଲ ନୋଟ କାରବାରଠାରୁ ଆରମ୍ଭ କରି ଗଂଜେଇ ବ୍ରାଉନସୁଗାର ଚାଲାଣ ସବୁଥିରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀକାରିକ ସମ୍ପୃକ୍ତ ଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହେଉଛି ।

Subscribe

National International State Sports Entertainment