ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେଲେ ମାଲ୍ୟା, ଏବେ ଜବତ ହୋଇପାରେ ସଂପତ୍ତି
Khabar Odisha:pmla-court-declares-vijay-mallya-a-fugitive-economic-offender
ମୁମ୍ବାଇ,ଜାନୁଆରୀ ୦୫(ଖବର ଓଡ଼ିଶା):

 ଅନେକ ଭାରତୀୟ ବ୍ୟାଙ୍କରୁ 9 ହଜାର କୋଟି ଟଙ୍କା ନେଇ ପଳାୟନ କରିଥିବା ମଦ ସମ୍ରାଟ  ୬୨ ବର୍ଷୀୟ ବିଜୟ ମାଲ୍ୟାଙ୍କୁ ସ୍ଵତନ୍ତ୍ର ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ କୋର୍ଟ ଆର୍ଥିକ ପଳାତକ ଅପରାଧୀ ରୂପେ ଘୋଷିତ କରିଛି। ବିଜୟ ମାଲ୍ୟାଙ୍କୁ ଆର୍ଥିକ ଅପରାଧୀ ରୂପେ ଘୋଷିତ କରାଯିବା ପରେ  ଏବେ ସରକାର  ମାଲ୍ୟାଙ୍କ ସଂପତ୍ତିକୁ ଜବତ କରିବାର ଅଧିକାର ମିଳିପାରେ।   

ବିଜୟ ମାଲ୍ୟା ୯୦୦୦ କୋଟି ଟଙ୍କା ନେଇ ପଳାଇଥବା ପ୍ରମାଣିତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଦସ୍ତାବିଜ ଦାଖଲ କରିଥିଲା। ଆଜି ଏହାର ଶୁଣାଣୀ ହୋଇଛି । ପ୍ରକୃତରେ ସେ ଟଙ୍କା ନେଇ ପଳାଇଛନ୍ତି ତାହା ଆଜି ପ୍ରମାଣିତ ହୋଇଛି । ଗତ ବର୍ଷ ଡ଼ିସେମ୍ବର ୨୬ ତାରିଖରେ କୋର୍ଟ ଶୁଣାଣୀ ଜାନୁଆରୀ ୫ରେ ହେବ ବୋଲି ଘୋଷଣା କରାଯାଇଥିଲା । ସେଠାରେ ସେ ଅଦାଲତକୁ କହିଥିଲେ ସେ ପଳାତକ ନୁହଁନ୍ତି । ଇଡ଼ି ପକ୍ଷରୁ ଦିଆଯାଇଥିବା ଅବେଦନରେ ମାଲ୍ୟାଙ୍କୁ ଆର୍ଥିକ ଅପରାଧକି ଅଧିନିୟମ ୨୦୧୮ ଅନୁସାରେ ଦୋଷୀ ଘୋଷିତ କରିବାକୁ ଅନୁରୋଧ କରାଯାଇଥିଲା । ଏହା ଫଳରେ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିପାରିବେ ଏଜେନ୍ସି । ଏହାକୁ ଖାରଜ କରିବାକୁ ମାଲ୍ୟାଙ୍କ ପ୍ରତିପକ୍ଷ ଓକିଲ ଦେଶାଇ ଆବେଦନ କରିଥିଲେ । ଏକ ସମ୍ମିଳନୀରେ ମାଲ୍ୟାଙ୍କୁ ନେଇ କୁହାଯାଇଥିଲା ସେ ୩୦୦ ବ୍ୟାଗ ଟଙ୍କା  ନେଇ ଜେନେଭା ଚାଲିଯାଇଥିଲେ । ସେହି କଥାକୁ ଦେଶାଇ ବିରୋଧ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବିଜୟ ମାଲ୍ୟା ଏବେ ଲଣ୍ଡନରେ ଅଛନ୍ତି ଓ ସେଠାର କୋର୍ଟ ମଧ୍ୟ ତାଙ୍କୁ ପ୍ରତ୍ୟାପର ପାଇଁ ମଞ୍ଜୁରୀ ଦେଇଛି । ମାଲ୍ୟାଙ୍କ ପାଖରେ ଏହାକୁ ଅପିଲ କରିବାକୁ ଜାନୁଆରୀ ଯାଏଁ ସମୟ ରହିଛି।

Subscribe

National International State Sports Entertainment