ମୂହୁର୍ତ୍ତ ଟ୍ରେଡିଂ: ସମ୍ବତ ୨୦୭୫ ଆରମ୍ଭ
Khabar Odisha:Muhurat-Trading-Samvat-2075-gets-off-on-a-flying-start

ନୂଆଦିଲ୍ଲୀ, ନଭେମ୍ବର ୦୮ (ଖବର ଓଡ଼ିଶା): ଦୀପାବଳି ଅବସରରେ ବୁଧବାର ହିନ୍ଦୁ ସମ୍ବତ ବର୍ଷ ୨୦୭୫ ଆରମ୍ଭ ହୋଇ ଯାଇଛି । ଏଥିପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସସି) ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସସି)ର ସ୍ୱତନ୍ତ୍ର ‘ମୂହୁର୍ତ୍ତ ଟେଡ୍ରିଂ’ ଖୋଲିଥିଲା । ଏହି ଟେଡ୍ରିଂ ଦେଢ଼ ଘଣ୍ଟା ପାଇଁ ବୁଧବାର ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇଥିବା ବେଳେ ୬ଟା ୩୦ରେ ବନ୍ଦ ହୋଇଥିଲା । ଦୀପାବଳି ପୂର୍ବରୁ ମାର୍କେଟ ‘ଦୀପାବଳି ବାଲିପ୍ରତିପଦ’ ଅବସରରେ ଗୁରୁବାର ପର୍ଯ୍ୟନ୍ତ ବନ୍ଦ ରହିବ । 

ସ୍ୱତନ୍ତ୍ର ଟ୍ରେଡି ବନ୍ଦ ହେବା ବେଳକୁ’ ବିଏସସି’ର ସୂଚକାଙ୍କ ୨୪୫.୭୭ ପଏଣ୍ଟ ଅର୍ଥାତ ୩୫,୨୩୭.୬୮ରେ ବନ୍ଦ ହୋଇଥିବା ବେଳେ ଏନଏସସି ୧୦,୬୦୦ରେ ବନ୍ଦ ହୋଇଥିଲା । ଦୀପାବଳି ଅବସରରେ ପ୍ରତିବର୍ଷ ସ୍ୱତନ୍ତ୍ର ଟ୍ରେଡିଂ ମୂହୁର୍ତ୍ତ ପରିଚାଳନ କରାଯାଇଥାଏ । ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜକୁ କିଛି ସମୟ ପାଇଁ ଖୋଲାଯାଇ ଥାଏ । 

ସ୍ୱତନ୍ତ୍ର ମୂହୁର୍ତ୍ତରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଇନଫୋସିସ, ଟାଟା ମୋଟର୍ସ, ବଜାଜ-ଅଟୋ, ହିରୋମୋଟୋକର୍ପ, ବେଦାନ୍ତ, ଆଇଟିସି, ଆସିଆନ ପେଣ୍ଟ, ମାରୁତି, ଟାଟା ଷ୍ଟିଲ, ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ଓଏନଜିସି ୧୯୭ ପଏଣ୍ଟ ପର୍ଯ୍ୟନ୍ତ ଲାଭ ହୋଇଛି । 

 

  • Tags:

Subscribe

National International State Sports Entertainment