ନୂଆଦିଲ୍ଲୀ: ସୁନା କିଣୁଛି ଆରବିଆଇ । ୨୦୨୪ରେ ବିଶ୍ୱରେ ସୁନା କିଣିବାରେ ସର୍ବଶ୍ରେଷ୍ଠ ଦେଶ ଭାବେ ପୋଲାଣ୍ଡ ପ୍ରଥମରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏନେଇ ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସୁନା ପରିଷଦ ।
ରିପୋର୍ଟ ମୁତାବିକ, ଭାରତୀୟ ରିଜର୍ଭ ବ୍ୟାଙ୍କ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ୭୩ ଟନ୍ ସୁନା କିଣିଛି । ଏଥିମଧ୍ୟରୁ କେବଳ ନଭେମ୍ବର ମାସରେ କିଣାଯାଇଛି ୮ ଟନ୍ ସୁନା । ତେବେ ନଭେମ୍ବର ମାସରେ କିଣାଯାଇଥିବା ୮ ଟନ୍ ସୁନାକୁ ମିଶାଇ ବର୍ତ୍ତମାନ ଆରବିଆଇ ଭଣ୍ଡାରରେ ଗଚ୍ଛିତ ଥିବା ସୁନା ୮୭୬ ଟନକୁ ବୃଦ୍ଧି ପାଇଛି ।
ସେହିପରି ସର୍ବାଧିକ ସୁନା କିଣା ଦେଶ ଭାବେ ପୋଲାଣ୍ଡର ନ୍ୟାସନାଲ ବ୍ୟାଙ୍କ ନଭେମ୍ବର ମାସରେ କିଣିଛି ୨୧ ଟନ୍ ସୁନା । ସେହିପରି ଜାନୁୟାରୀରୁ ନଭେମ୍ବର ମଧ୍ୟରେ ପୋଲାଣ୍ଡରେ କିଣାଯାଇଛି ୯୦ ଟନ୍ ସୁନା । ନଭେମ୍ବରରେ ୨୧ ଟନ୍ ସୁନାକୁ ମିଶାଇ ପୋଲାଣ୍ଡରେ ମୋଟ୍ ଗଚ୍ଛିତ ରହିଛି ।
ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ହେବା ପରେ ସୁନା ଦରରେ କିଛିମାତ୍ରାରେ ହ୍ରାସ ଦେଖିବାକୁ ମିଳିଥିଲା । ଏହାର ସୁଯୋଗରେ ବିଭିନ୍ନ ଦେଶ ସୁନା କିଣିଥିଲେ । ତେବେ
ସମଗ୍ର ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତା ଲାଗି ରହିଥିବାରୁ ଗଚ୍ଛିତ ମୁଦ୍ରା ଓ ଭଣ୍ଡାରକୁ ସ୍ଥିର ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ସୁନା କିଣିବାକୁ ପ୍ରାଧାନ୍ୟ ଦେଉଛନ୍ତି ।