ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ନଅ ନମ୍ବର ୱାର୍ଡରେ ଥିବା ବାଲାଜି ମନ୍ଦିରରେ ଡିସେମ୍ବର ୧୬ ଶ୍ରୀକୃଷ୍ଣଙ୍କ ପୂଜା ଆରମ୍ଭ ହୋଇ ଏହା ଜାନୁଆରୀ ୧୩ ପର୍ଯ୍ୟନ୍ତ ରହିଥିବା ବେଳେ ବୁଧବାର ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଉଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳର ସମସ୍ତ ମହିଳାମାନେ ହାତର ପୁଲ ,ଚନ୍ଦନ,ପୁଜା ସାମଗ୍ରୀ ଧରି ମନ୍ଦିରରେ ଏକତ୍ରିତ ହୋଇ ଶ୍ରୀକୃଷ୍ଣଙ୍କ ପ୍ରତି ମୁର୍ତ୍ତି ସମ୍ମୁଖରେ ଧୁପଦୀପ ଲଗାଇ ଶ୍ରୀକୃଷ୍ଣଙ୍କ ପୂଜା ବନ୍ଦନା କରିଥିଲେ। ଏହାପରେ ସମସ୍ତ ମହିଳା ଏକା ଥରେ ଶ୍ରୀକୃଷ୍ଣଙ୍କୁ କଦମ୍ବ ପତ୍ରରେ ଆଳତୀ କରିଥିଲେ। ତେବେ ବହୁ ପୁରାତନ କାଳରୁ ଲୋକଙ୍କ ବିଶ୍ଵାସ ରହିଛି କଦମ୍ବ ପତ୍ରରେ ଆଳତୀ କରିଲେ ମନସ୍କାମନା ପୂର୍ଣ୍ଣ ହୁଏ। ଏଥିପାଇଁ ସବୁ ମହିଳା ଏକତ୍ର ହୋଇ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିଲେ।